କଲ୍କି ୨୮୯୮ ଖ୍ରୀଷ୍ଟାବ୍ଦ ଚଳଚିତ୍ର ତେଲୁଗୁ ଠାରୁ ହିନ୍ଦୀ ଭାଷା ରେ କରୁଛି ଅଧିକ ରୋଜଗାର, ଅଜୟ ଦେବଗନଙ୍କ ଶୈତାନକୁ ଟପିବା ଅନୁମାନ

429

କନକ ବ୍ୟୁରୋ : ପ୍ରଥମ ସପ୍ତାହରେ ଚଳଚିତ୍ର କଲ୍କିକୁ ପ୍ରଭାସଙ୍କ ତେଲୁଗୁ ଫ୍ୟାନଙ୍କ ଠାରୁ ହିନ୍ଦୀ ଫ୍ୟାନଙ୍କ ବହୁତ ଭଲପାଇବା ମିଳୁଛି । କଲ୍କି ୨୮୯୮ ଖ୍ରୀଷ୍ଟାବ୍ଦ ସିନେମା ହଲରେ ଭଲ ଆରମ୍ଭ କରିଛି । ରବିବାର ଠାରୁ ଫିଲ୍ମର ହିନ୍ଦୀ ସଂସ୍କରଣ ତେଲୁଗୁ ସଂସ୍କରଣ ଅପେକ୍ଷା ଅଧୀକ ରୋଜଗାର କରୁଛି । ତେଲୁଗୁରେ ପ୍ରଭାସ ଜଣେ ଲୋକପ୍ରିୟ ଚେହେରା ହୋଇଥିବା ବେଳେ ମଧ୍ୟ ସେ ହିନ୍ଦୀ ଦର୍ଶକଙ୍କ ଠାରୁ ଯେଉଁ ପ୍ରକାର ଭଲ ପାଇବା ପାଉଛନ୍ତି କଲ୍କି ପାଇଁ, ଏଥିରୁ ଜଣା ପଡୁଛି ଯେ ତାଙ୍କର ଲୋକପ୍ରିୟତା କେବଳ ଦକ୍ଷିଣ ଭାରତରେ ନୁହଁ ବରଂ ସାରା ଭାରତରେ ଅଛି ।

ରିଲିଜର ପ୍ରଥମ ଦିନରେ ଫିଲ୍ମ କଲ୍କି ବକ୍ସ ଅଫିସକୁ ଥରାଇ ଦେଇଥିବା ବେଳେ ସପ୍ତାହର ମଝିରେ ବି ଏହି ଚଳଚିତ୍ର ବହୁତ ଭଲ ରୋଜଗାର କରିଚାଲିଛି । ପ୍ରଭାସଙ୍କ ସାଥିରେ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଏବଂ କମଲ ହାସନଙ୍କ ଭଳି ବରିଷ୍ଠ କଳାକାରମାନଙ୍କୁ ଏକାସାଥିରେ ନେଇଳି ଆସିଛି କଲ୍କି ୨୮୯୮ ଖ୍ରୀଷ୍ଟାବ୍ଦ ସିନେମା । ଏହି ଚଳଚିତ୍ରକୁ ମଧ୍ୟ ବହୁତ ଭଲ ରିଭ୍ୟୁ ମିଳୁଛି ଦର୍ଶକଙ୍କ ଠାରୁ । ଏହି ଚଳଚିତ୍ର ପାଇଁ ଜନସାଧାରଣଙ୍କ ପ୍ରତିକ୍ରିୟା ମଧ୍ୟ ଅତ୍ୟନ୍ତ ସକରାତ୍ମକ, ଯେଉଁଥିପାଇଁ କାର୍ଯ୍ୟ ଦିନରେ ମଧ୍ୟ ଏହାର କ୍ରେଜ୍ ବହୁତ ଦୃଢ ରହିଛି ।

ଗୁରୁବାର ଦିନ ରିଲିଜ ହୋଇଥିବା ପ୍ରଭାସଙ୍କ ଫିଲ୍ମ ପ୍ରଥମ ତିନି ଦିନରେ ତେଲୁଗୁ ଭାଷାରେ ୧୨୮.୯ କୋଟି ଟଙ୍କା ରୋଜଗାର କରିଥିଲା । ଏବଂ ୩ ଦିନରେ ହିନ୍ଦୀ ଭାଷାର ନେଟ କଲେକ୍ସନ ୭୧.୫ କୋଟି ଟଙ୍କା ଥିଲା । ରବିବାର ଦିନ ହିନ୍ଦୀ ଭାଷାରେ ସିନେମା ହଲରେ ମୁକ୍ତିଲାଭ କରି ୪୦ କୋଟି ଟଙ୍କା କଲେକ୍ସନ କରି ତେଲୁଗୁର ୩୮.୮ କୋଟି ଟଙ୍କାକୁ ପଛରେ ପକାଇଛି । ସେବେଠାରୁ କଲ୍କି ୨୮୯୮ ଖ୍ରୀଷ୍ଟାବ୍ଦର ହିନ୍ଦୀ ସଂସ୍କରଣ କ୍ରମାଗତ ଭାବରେ ସିନେମା ପରଦାରେ ଲୋକପ୍ରିୟତା ବଢି ଚାଲିଛି ।

ସୋମବାର ଦିନ ତେଲୁଗୁରେ ଫିଲ୍ମ କଲ୍କି ୧୪.୫ କୋଟି ରୋଜଗାର କରିଥିବା ବେଳେ ଏହା ହିନ୍ଦୀ କଲେକ୍ସନ ୧୬.୫ କୋଟି ଥିଲା । ଏବେ ପର୍ଯ୍ୟନ୍ତ କଲ୍କି ତେଲୁଗୁ ଭାଷାରେ ୬୩.୯ କୋଟି ଟଙ୍କା ଏବଂ ହିନ୍ଦୀରେ ୭୦.୨ କୋଟି ଟଙ୍କା ଆୟ କରିଛି ।

୬ଦିନ ମଧ୍ୟ ଫିଲ୍ମ କଲ୍କି ୨୮୯୮ ଖ୍ରୀଷ୍ଟାବ୍ଦ ମୋଟ ବକ୍ସ ଅଫିସ୍ ସଂଗ୍ରହ ୩୭୦ କୋଟିରୁ ଅଧିକ ହୋଇଛି । ଏବଂ ହିନ୍ଦୀ ସଂସ୍କରଣରୁ ସଂଗ୍ରହ ୧୪୧ କୋଟି ରୁ ଅଧିକ ହୋଇଛି । ଏଥୁରୁ ଜଣା ପଡୁଛି ଯେ ଦକ୍ଷିଣ ଚଳଚିତ୍ରର ଚେହେରା ଥିବା ପ୍ରଭା ଙ୍କୁ ହିନ୍ଦୀ ଦର୍ଶକଙ୍କ ଠାରୁ ଏହି ପ୍ରକାର ଭଲ ପାଇବା ଦର୍ଶାଏ ଯେ ଦକ୍ଷିଣ କିମ୍ବା ଉତ୍ତର ହେଉ, ଜନସାଧାରଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ବହୁତ ଶକ୍ତିଶାଳୀ ।