କଳିଙ୍ଗନଗର ଗୁଳିକାଣ୍ଡକୁ ୧୪ ବର୍ଷ ପୁରିଲା । ସହିଦ ଦିବସ ପାଳନ ପାଇଁ ଆଦିବାସୀଙ୍କ ପକ୍ଷରୁ ସଜବାଜ । କଡ଼ା ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା

170

କନକ ବ୍ୟୁରୋ: କଳିଙ୍ଗନଗର ଗୁଳିକାଣ୍ଡକୁ ୧୪ ବର୍ଷ ପୁରିଲା । ୨୦୦୬ ଜାନୁୟାରୀ ୨ତାରିଖରେ ଟାଟା କାରଖାନା ପାଇଁ ଜମି ସମତୁଲ କଲା ବେଳେ ଆଦିବାସୀ ଓ ପୁଲିସ୍ ମଧ୍ୟରେ ଲଢ଼େଇ ହୋଇଥିଲା । ଯେଉଁଥିରେ ୧୪ ଆଦିବାସୀ ଓ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଆଦିବାସୀମାନେ ସେହିଦିନକୁ ସହିଦ ଦିବସ ଭାବେ ୧୩ ବର୍ଷ ହେଲା ପାଳନ କରିଆସୁଛନ୍ତି ।

ଆଜି ୧୪ତମ ସହିଦ ଦିବସ ପାଳନ କରାଯିବା । ଏଥିରେ ବିଭିନ୍ନ ସଂଗଠନ ଯୋଗଦେବାରେ କାର୍ଯ୍ୟକ୍ରମ ରହିଛି । ସହିଦ ସ୍ତମ୍ଭ ନିକଟରେ ମୃତକଙ୍କ ପରିବାର ପକ୍ଷରୁ ପୂଜାର୍ଚ୍ଚନା ପରେ ଚମ୍ପାକୋଇଲା ଠାରୁ ଏକ ଶୋଭାଯାତ୍ରାରେ ଆସି ଆମ୍ବଗଡ଼ିଆସ୍ଥିତ ବୀରଭୂମିରେ ପହଂଚିବେ । ଆଦିବାସୀଙ୍କ ଏହି ସହିଦ ଦିବସ ପାଳନ ଦୃଷ୍ଟିରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି । ପ୍ରାୟ ୫ ପ୍ଲାଟୁନ ପୁଲିସ୍ ମୁତୟନ ହୋଇଛନ୍ତି ।