କଳିଙ୍ଗନଗରରେ ଶ୍ରମିକ ଅଶାନ୍ତି : କାରଖାନା ପରିସରରୁ ଭିପିକୁ ତଡ଼ିଦେଲେ, ବ୍ୟାଙ୍କ୍ ଅଧୀନକୁ ଗଲା ରୋହିତ ଫେରୋଟେକ୍

Advertisment
କଳିଙ୍ଗନଗରରେ ଶ୍ରମିକ ଅଶାନ୍ତି : କାରଖାନା ପରିସରରୁ ଭିପିକୁ ତଡ଼ିଦେଲେ, ବ୍ୟାଙ୍କ୍ ଅଧୀନକୁ ଗଲା ରୋହିତ ଫେରୋଟେକ୍

କନକ ବ୍ୟୁରୋ : କଳିଙ୍ଗନଗରରେ ତେଜୁଛି ଶ୍ରମିକ ଅଶାନ୍ତି। ଆଜି ଉତ୍ତ୍ୟକ୍ତ ଶ୍ରମିକମାନେ ରୋହିତ ଫେରୋଟେକ୍ କାରଖାନା ପରିସରରୁ ମାନବ ସମ୍ବଳ ବିଭାଗ ମୁଖ୍ୟ ତଥା ଭିପି ଭରତ କୁମାର ମହାନ୍ତିଙ୍କୁ ତଡ଼ି ଦେଇଛନ୍ତି। ଶ୍ରୀ ମହାନ୍ତିଙ୍କୁ ବିଦା ନକରିବା ପାଇଁ କାରଖାନା ମୁଖ୍ୟ ରଞ୍ଜିତ କୁମାର ବର୍ଣୱାଲ୍ ୟୁନିଅନ କର୍ମକର୍ତ୍ତାଙ୍କୁ ବୁଝାସୁଝା କରିଥିଲେ। ଶ୍ରୀ ମହାନ୍ତିଙ୍କୁ ବିଦା ନକଲେ କାରଖାନା ବନ୍ଦ କରି ଦେବାକୁ ଶ୍ରମିକ ଏବଂ କର୍ମଚାରୀ ଧମକ ଦେଇଥିଲେ। ଶେଷରେ ଶ୍ରମିକଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇ ଭିପି ଶ୍ରୀ ମହାନ୍ତିଙ୍କୁ ଚାଲି ଚାଲି ଫାଟକ ବାହାରକୁ ଯିବାକୁ ପଡିଥିଲା। ବର୍ଷ ବର୍ଷ ଧରି ଲୋକଙ୍କୁ ନୋଏଣ୍ଟ୍ରି ର ଭୟ ଦେଖାଉଥିବା ଅଧିକାରୀଙ୍କୁ ଆଜି ଶ୍ରମିକ ଏବଂ କର୍ମଚାରୀ ମିଳିତ ଭାବେ ଫାଟକ ବାହାରେ ଛାଡିଥିଲେ ବୋଲି ୟୁନିଅନର ସଭାପତି ଅର୍ଜୁନ ପରିଡା , ପ୍ରମୋଦ ସିଂହ, ଯତୀନ୍ଦ୍ର ନାୟକ, ସଦାନନ୍ଦ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି।

ରୋହିତ ଫେରୋଟେକ୍ କାରଖାନାରେ ଶ୍ରମିକ ଏବଂ କର୍ମଚାରୀଙ୍କର ଦୁଇ ମାସ ବାର ଦିନର ବକେୟା ଦରମା ରହିଛି। ଗତ ଫେବ୍ରୁଆରି ୭ ତାରିଖ ଠାରୁ ୧୩୨୮କୋଟି ଟଙ୍କା ଋଣରେ ବୁଡ଼ିଥିବା କାରଖାନାକୁ ବ୍ୟାଙ୍କ୍ ନିଜ ଅକ୍ତିଆରକୁ ନେଇସାରିଛି। ବର୍ତ୍ତମାନ ଏନ୍‌ସିଏଲଟି ପିରିଅଡ୍ ଚାଲିଥିବାରୁ କାରଖାନାର ମାଲିକାନା ବ୍ୟାଙ୍କ ଅଧୀନରେ ରହିଛି। ମାନବ ସମ୍ବଳ ବିଭାଗ ମୁଖ୍ୟ ତଥା ଭିପି ଭରତ ମହାନ୍ତିଙ୍କୁ ବକେୟା ଦରମା ବାବଦରେ ପଚାରିବାରୁ ଶ୍ରମିକଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଦୁଇ ଦିନ ତଳେ ବକେୟା ଦରମା ପ୍ରଦାନ ପାଇଁ କେତେକ ଶ୍ରମିକ କାର୍ଯ୍ୟ ବନ୍ଦ କରିବାରୁ ଗତକାଲି ଠାରୁ କାରଖାନାକୁ ସବୁଦିନ ପାଇଁ ବନ୍ଦ କରି ଦେବାକୁ ଏକାକୀ ନିଷ୍ପତ୍ତି ନେଇ ଏକ ବିଜ୍ଞପ୍ତି ଜାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe