ହକି ଇଣ୍ଡିଆ ଲିଗର ଚତୁର୍ଥ ସଂସ୍କରଣରେ ବାଜିମାରିଲା ଲାନ୍ସର୍ସ ! ୪-୧ ଗୋଲରେ ଦବଙ୍ଗ ମୁମ୍ବାଇକୁ ଦେଲା ମାତ୍

33

କନକ ବ୍ୟୁରୋ : ବାଜିମାରିଲା ଲାନ୍ସର୍ସ । କଳିଙ୍ଗ ଲାନ୍ସର୍ସ ହକି ଇଣ୍ଡିଆ ଲିଗର ଚଳିତ ସଂସ୍କରଣର ଚାମ୍ପିଅନ ହୋଇଛି । ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦବଙ୍ଗ ମୁମ୍ବାଇକୁ ୪-୧ ଗୋଲରେ ପରାସ୍ତ କରିଛି ଲାନସର୍ସ । ଖେଳ ଆରମ୍ଭରୁ କଳିଙ୍କ ଲାନ୍ସର୍ସ ଦମଦାର ପ୍ରଦର୍ଶନ କରିଥିଲେ । ଶେଷରେ ଚାମ୍ପିଅନ ହୋଇଛି ଓଡିଶାର ଏହି ଘରୋଇ ହକି ଦଳ କଳିଙ୍ଗ ଲାନ୍ସର୍ସ । ଏହି ଫାଇନାଲ ମୁକାବିଲାରେ ୫ଜଣ ଓଡିଆ ଖେଳାଳି ଖେଳିଥିଲେ ।

କଳିଂଗ ଲାନ୍ସର୍ସରେ ୪ ଜଣ ଓଡିଆ ଖେଳିଥିବାବେଳେ ମୁମ୍ବାଇ ଦଳରେ ଜଣେ ଓଡିଆ ଖେଳାଳି ଖେଳିଥିଲେ । ପୁରସ୍କାର ବାବଦରେ କଳିଂଗ ଲାନ୍ସର୍ସ ଅଢେଇ କୋଟି ଟଙ୍କାର ପୁରସ୍କାର ରାଶି ପଉାଇଥିଲା । ସେହିପରି ଲାନ୍ସର୍ସର ଦୁଇ ବିଦେଶୀ ଖେଳାଳି ଗ୍ଲେନ ଟର୍ନର ଓ ମୋରିଜ ଫ୍ରୁଏଷ୍ଟ ମିଳିତ ଭାବେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଦଳର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।