କଳିଙ୍ଗ ଷ୍ଟୁଡିଓରେ ପ୍ରତିଷ୍ଠା ହେବ ‘ଷ୍ଟେଟ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ସିନେମା ଷ୍ଟୁଡିଓ । ଖର୍ଚ୍ଚ ହେବ ପ୍ରାୟ ୨୦୦ କୋଟି ଟଙ୍କା ।

141

କନକ ବ୍ୟୁରୋ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଦିଆଯିବ ନୂଆ ରୂପ । ଯେଉଁଠି ପ୍ରତିଷ୍ଠା ହେବ ‘ଷ୍ଟେଟ ଅଫ୍ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ । ବୁଧବାର ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହିତ ପୁନଃର୍ବିନ୍ୟାସ ଯୋଜନା ଅନୁମୋଦିତ ହୋଇଛି । ଏଥିପାଇଁ ମୋଟ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଷ୍ଟୁଡିଓକୁ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟ୍ ଏବଂ ପ୍ରତିଯୋଗିତାମୂଳକ ବ୍ୟବସାୟିକ ଢଙ୍ଗରେ ବିକଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତା ସହିତ ଆଧୁନିକ ସିନେମା ଷ୍ଟୁଡିଓକୁ ମଧ୍ୟ ଏକ ପର୍ଯ୍ୟଟନ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରିହେବ ବୋଲି କୁହାଯାଇଛି ।