କଳିଙ୍ଗ ଷ୍ଟାଡିୟମରେ ଜୁନ ୬ ରୁ ୧୫ ମଧ୍ୟରେ ଆୟୋଜିତ ହେବ ଏଫଆଇଏଚ ସିରିଜ ଫାଇନାଲ୍ସ ! ଟୁଇଟ କରି ହକି ଇଣ୍ଡିଆ ପକ୍ଷରୁ ଦିଆଗଲା ସୂଚନା ।

147

ଭୟଙ୍କରୀ ବାତ୍ୟା ଫୋନି ପରେ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ସିରିଜ ଫାଇନାଲ୍ସ ଆୟୋଜନ ନେଇ ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି । କଳିଙ୍ଗ ଷ୍ଟାଡିୟମରେ ହିଁ ହେବ ଏଫଆଇଏଚ ସିରିଜ ଫାଇନାଲ୍ସ । ଟ୍ୱିଟ କରି ହକି ଇଣ୍ଡିଆ ଆଜି ଏହି ସୂଚନା ଦେଇଛନ୍ତି ।

ଏହି ପ୍ରତିଯୋଗିତା ଆସନ୍ତା ଜୁନ ୬ ତାରିଖରୁ ୧୫ ତାରିଖ ଯାଏଁ ଆୟୋଜନ ହେବାର ଅଛି । ଏଭଳି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କିନ୍ତୁ ଫୋନି ଯୋଗୁଁ ଏହି ଆୟୋଜନ ନେଇ ଆଶଙ୍କା ଲାଗିରହିଥିଲା । କିନ୍ତୁ କଳିଙ୍ଗ ଷ୍ଟାଡିୟମରେ ହିଁ ଟୁର୍ଣ୍ଣାମେଣ୍ଟ୍ ହେବ ବୋଲି ହକି ଇଣ୍ଡିଆ ସ୍ପଷ୍ଟ କରିଛି । ଟୁର୍ଣ୍ଣାମେଣ୍ଟ୍ ପାଇଁ ବିଦେଶୀ ଟିମ୍ ଗୁଡିକ ଚଳିତ ମାସ ୨୯ ଓ ୩୦ ତାରିଖ ସୁଦ୍ଧା ଭୁବନେଶ୍ୱରରେ ପହଂଚିବାର କାର୍ଯ୍ୟସୂଚୀ ରହିଛି ।