କନକ ବ୍ୟୁରୋ : ଭୁବନେଶ୍ୱରରୁ ଆରମ୍ଭ ହେଲା ଦୁର୍ଘଟଣା ସୁବର୍ଣ୍ଣ ଏକ ଘଣ୍ଟା ବା ' ଗୋଲଡେନ୍ ଆୱାର ' ଅଭିଯାନ । ଉତ୍କଳ ମଣ୍ଡପଠାରେ କଳିଙ୍ଗ ଗୌରବ ଟ୍ରଷ୍ଟ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସଡକ ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ମଧ୍ୟରେ କେମିତି ଜଣେ ଆହତ ବ୍ୟକ୍ତିଙ୍କୁ ମେଡ଼ିକାଲରେ ପହଁଚାଯାଇ ପାରିବ ସେ ନେଇ ସଚେତନତା କରାଯାଇଛି । ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଜନ ସଚେତନତା କାର୍ଯ୍ୟକ୍ରମ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Advertisment

କଳିଙ୍ଗ ଗୌରବ ଟ୍ରଷ୍ଟ ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ କରାଯାଇଛି । ସଡକ ଦୁର୍ଘଟଣାରେ ଜାତୀୟ ହାର ତୁଳନାରେ ଓଡ଼ିଶାରେ ଦୁର୍ଘଟଣା ହାର ଅଧିକ ରହିଛି ଏହା ଚିନ୍ତାଜନକ । ତେଣୁ ଦୁର୍ଘଟଣା ହାର କମାଇବା ପାଇଁ ଗୋଲଡେନ୍ ଆୱାର ସଚେତନ କରାଯିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସିନେ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାର୍ଥ ମହାପାତ୍ର ସମେତ ବହୁ ଅଭିନେତା ଅଭିନେତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡ଼ିକାଲ ପହଞ୍ଚାଉଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି ।