କଳିଙ୍ଗା ଘାଟି ଦେଇ ଗଂଜାମରେ ଗଡିଲାନି ଗୁଜୁରାଟରୁ ଆସୁଥିବା ବସ । ଘାଟିରେ ବାରମ୍ବାର ଦୁର୍ଘଟଣା ପରେ ବସ୍ ଗଡିବାକୁ ବାରଣ କଲା କନ୍ଧମାଳ ପୁଲିସ

ଏସପିଙ୍କ ଏସକଟରେ ଘାଟି ତଳକୁ ଓହ୍ଲାଇଲା ୩୦ରୁ ଅଧିକ ବସ

479

କନକ ବ୍ୟୁରୋ: ଘାଟି ଦେଇ ଆଗକୁ ଆସିପାରିଲା ନାହିଁ ଗୁଜୁରାଟରୁ ଗଂଜାମ ଆସୁଥିବା ବସ । ଘାଟିରେ ବାରମ୍ବାର ଦୁର୍ଘଟଣା ଯୋଗୁଁ ଘାଟି ଦେଇ ବସ୍ ଗଡିବାକୁ ବାରଣ କରିଛି କନ୍ଧମାଳ ପୁଲିସ । କନ୍ଧମାଳ ଏସପିଙ୍କ ଏସ୍କଟରେ ଘାଟି ତଳକୁ ଓହ୍ଲାଇଲା ସୁରଟରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଆଣି ଆସୁଥିବା ବସ । ଲଗାତାର ଦୁଇ ଦିନରେ ଦୁଇ ଦୁଇଟି ଦୁର୍ଘଟଣା କଳିଙ୍ଗା ଘାଟିରେ ଘଟିବା ପରେ ଘାଟି ଦେଇ ବସ ନଗଡିବାକୁ ନିଷ୍ପତି ହୋଇଛି । ପ୍ରତିଦିନ ଶହ ଶହ ଗାଡ଼ି ଏହି ଘାଟିରେ ଯିବା ଆସିବା କରେ ।

ତେବେ ଘାଟିରେ ଅଭ୍ୟସ୍ତ ନଥିବା ଡ଼୍ରାଉଭର ଓ ବିପଦ ସଂକୁଳ ବୁଲାଣିଆ ଉଠାଣି କ୍ଳାନ୍ତ ଡ଼୍ରାଇଭରଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଡ଼୍ରାଇଭରମାନଙ୍କ ସମସ୍ୟାକୁ ବିଚାର କରି କନ୍ଧମାଳ ଏସପି ପ୍ରତିକ୍ ସିଂ ସରକାରଙ୍କୁ ଏସବୁ କଥା ଜଣାଇଥିଲେ । ସରକାର ତୁରନ୍ତ ଏହାକୁ ଗମ୍ଭିରତାର ସହ ନେଇ ଗଣମାଧ୍ୟମ ଜରିଆରେ ସୁରାଟରୁ ଆସୁଥିବା ବସ କଳିଙ୍ଗା ଘାଟି ଦେଇ ଯାଇପାରିବ ନାହିଁ ବୋଲି ଘୋଷଣା କରିଥିଲେ । ହେଲେ ସରକାରଙ୍କ ଘୋଷଣା ପୂର୍ବରୁ ଘାଟି ଉପରେ ପହଁଚି ସାରିଥିଲା ୩୦ରୁ ଅଧିକ ବସ୍ । ସେସବୁ ବସକ୍ୁ ସୁରକ୍ଷିତ ଭାବେ ଘାଟି ତଳକୁ ଓହ୍ଲାଇଲା କନ୍ଧମାଳ ପୁଲିସ । ନିଜେ ଏସପି ଘାଟିରେ ଉପସ୍ଥିତ ରହି ବସ ଗୁଡକୁ ଘାଟି ତଳକୁ ଓହ୍ଲାଇଛନ୍ତି ।

ଏସପି ନିଜେ ପୁଲିସ ଭ୍ୟାନରେ ବସି ବସ ଗୁଡିକୁ ଏସ୍ କଟ୍ ଦେଇ ଘାଟି ତଳକୁ ଓଲ୍ଲାଇଥିଲେ । ଘାଟି ଏରିଆରେ ଯେପରି ଆଉ ଓଡ଼ିଆମାନଙ୍କୁ ନେଇ ଆସୁଥିବା ଗୁଜୁରାଟ ବସ୍ ନ ଯିବ ସେତିପ୍ରତି ଧ୍ୟାନ ଦେଇ ପୁଂଲବାଣିରୁ ଗାଡ଼ି ଗୁଡ଼ିକୁ ଆଗକୁ ବଡ଼ିବାକୁ ଦିଆଯିବ ନାହିଁ କୁହାଯାଇଛି । ବାଲିଗୁଡ଼ା ତୁମୁଡ଼ିବନ୍ଧ ଦେଇ ଯେଉଁ ବସ ଆସୁଛି ତାହା ପୁଂଲବାଣୀରୁ ଚାରିଛକ ଓ ଦଶପ୍ଳଲା ଦେଇ ଭଂଜନଗରକୁ ଆସିବ ବୋଲି ରୁଟ ଡ଼ାଇଗ୍ରାମ ପ୍ରସ୍ତୁତ କରିଛନ୍ତି କନ୍ଧମାଳ ଏସପି ।