ବୋହୂକୁ ମାରିଦେଲେ ଶାଶୂଘର ଲୋକ ? ଏମିତି ସାଂଘାତିକ ଅଭିଯୋଗ ଆସିଲା ପୂର୍ବତନ ହାବିଲଦାରଙ୍କ ପରିବାର ନାଁରେ

368

କନକ ବ୍ୟୁରୋ : ଶାଶୁ ଘରେ ମହିଳାଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ଝିଅଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ତମାଣ୍ଡୋ ଥାନା କଳିଙ୍ଗବିହାର ଅଂଚଳରେ । ମୃତ ଝିଅ ବନ୍ଦନା ଜେନାଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଖବର ଅନୁସାରେ, ଭୀମଟାଙ୍ଗି ଅଂଚଳର ବନ୍ଦନା ଜେନା ଫେବୃଆରୀ ମାସରେ କଳିଙ୍ଗବିହାରର ଅବସରପ୍ରାପ୍ତ ହାବିଲଦାର ବିଜୟ ଗୋଚ୍ଛାୟତଙ୍କ ପୁଅ ଯାମିନୀ ଗୋଚ୍ଛାୟତଙ୍କୁ ବିବାହ କରିଥିଲେ ।

ତେବେ ମାର୍ଚ ମାସରୁ ବନ୍ଦନାଙ୍କ ଉପରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଶନିବାରଦିନ ବନ୍ଦନାଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ବନ୍ଦନାଙ୍କ ବେକରେ ଚିହ୍ନଥିବା ଓ ଶରୀରର ବିଭିନ୍ନ ସ୍ଥାନରେ ଦାଗ ପଡିଥିବା ଅଭିଯୋଗ ଆଣି ପରିବାର ଲୋକେ ସନ୍ଦେହ କରିଛନ୍ତି । ବନ୍ଦନାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମା ବାସନ୍ତୀ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି । ବାସନ୍ତୀଙ୍କ ଅଭିଯୋଗ ଅନୁସାରେ, ବିଜୟ ତମାଣ୍ଡୋ ଥାନାରୁ ଅବସର ନେଇଥିବାରୁ ଥାନାରୁ ତାଙ୍କୁ ସହ ଯୋଗ ମିଳୁନାହିଁ ।