କାଲିମେଳାର କାଳରାତି ! ଗାଁ ସଭାରେ ୬ ଜଣଙ୍କୁ ଛୁରାମାଡ କଲା ଯୁବକ, ଘଟଣାସ୍ଥଳରେ ୨ ମୃତ

225

କନକ ବ୍ୟୁରୋ: ମାଲକାନଗିରି କାଲିମେଳାରେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଏମପିଭି-୩୩ରେ ମିଟିଂ ବେଳେ ୬ ଜଣଙ୍କୁ ଛୁରାମାଡ କଲା ଯୁବକ । ଜଣେ ପରେ ଜଣଙ୍କୁ ଲଗାତାର ଛୁରୀ ଭୁସି ଚାଲିଲା ଯୁବକ । ଛୁରାମାଡ ପରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ୪ ଗୁରୁତରଙ୍କୁ କାଲିମେଳା ଓ ମାଲକାନଗିରି ହସ୍ପିଟାଲକୁ ସ୍ଥାନାନ୍ତର ।

ତେବେ ଛୁରାମାଡର କାରଣ ଜଣାପଡି ନଥିବା ବେଳେ ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । କାରଣ ପାରିବାରିକ ଗଣ୍ଡଗୋଳ ନେଇ ବୈଠକ ଚାଲିଥିବା ବେଳେ ଯୁବକ ଜଣଙ୍କ ସମସ୍ତଙ୍କୁ ଛୁରାମାଡ କରି ଛୁ ମାରିିଥିଲା । ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ତାକୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି ଗାଁ ଲୋକେ ।