ଜଳପ୍ରପାତରୁ ଖସୁଥିଲେ ଯୁବକ : ମାଡ ହେଲା ମୁଣ୍ଡ, ପାଣିରେ ବୁଡିଲେ ଆଉ ଉପରକୁ ଉଠିଲେନି; ଚାଲିଗଲା ଜୀବନ

Advertisment
ଜଳପ୍ରପାତରୁ ଖସୁଥିଲେ ଯୁବକ : ମାଡ ହେଲା ମୁଣ୍ଡ, ପାଣିରେ ବୁଡିଲେ ଆଉ ଉପରକୁ ଉଠିଲେନି; ଚାଲିଗଲା ଜୀବନ

କନକ ବ୍ୟୁରୋ : ଜଳପ୍ରପାତରୁ ଖସିପଡ଼ି ଯୁବକ ମୃତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଳକ ଭେଜାଂଗିୱାଡ଼ା ପଂଚାୟତର ଡ଼କରାଇଯୋଡ଼ି ଜଳପ୍ରପାତ ନିକଟରେ । ଗମ୍ପାକୋଣ୍ଡା ପଂଚାୟତ ଅନ୍ତର୍ଗତ ଏମପିଭି-୨୬ ଗ୍ରାମର କିଛି ସାଂଗମାନଙ୍କ ସହିତ ବିଜୁ ମଣ୍ଡଳ ନାମକ ଜଣେ ଯୁବକ ଏହି ଜଳ ପ୍ରପାତକୁ ବୁଲିବାକୁ ଯାଇଥିଲେ ।

ତେବେ ବିଜୁ ମଣ୍ଡଳ ଡ଼କରାଇଯୋଡ଼ି ଜଳପ୍ରପାତ ଉପରେ ଥିବା ପଥର ଉପରୁ ତଳକୁ ଖସୁଥିବା ବେଳେ ତଳେ ପଡ଼ି ଗୁରୁତର ଭାବରେ ଆହାତ ହୋଇଥିଲେ । ବିଜୁର କାନ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାକୁ ପ୍ରଥମେ ଏମପିଭି-୨୧ ମେଡ଼ିକାଲକୁ ନିଆଯାଇଥିବାବେଳେ ତାର ଅବସ୍ଥା ଗୁରୁତର ଥିବାରୁ ତାକୁ କୋରାପୁଟ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ତାର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe