କନକ ବ୍ୟୁରୋ : ଜଳପ୍ରପାତରୁ ଖସିପଡ଼ି ଯୁବକ ମୃତ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ବ୍ଳକ ଭେଜାଂଗିୱାଡ଼ା ପଂଚାୟତର ଡ଼କରାଇଯୋଡ଼ି ଜଳପ୍ରପାତ ନିକଟରେ । ଗମ୍ପାକୋଣ୍ଡା ପଂଚାୟତ ଅନ୍ତର୍ଗତ ଏମପିଭି-୨୬ ଗ୍ରାମର କିଛି ସାଂଗମାନଙ୍କ ସହିତ ବିଜୁ ମଣ୍ଡଳ ନାମକ ଜଣେ ଯୁବକ ଏହି ଜଳ ପ୍ରପାତକୁ ବୁଲିବାକୁ ଯାଇଥିଲେ ।
ତେବେ ବିଜୁ ମଣ୍ଡଳ ଡ଼କରାଇଯୋଡ଼ି ଜଳପ୍ରପାତ ଉପରେ ଥିବା ପଥର ଉପରୁ ତଳକୁ ଖସୁଥିବା ବେଳେ ତଳେ ପଡ଼ି ଗୁରୁତର ଭାବରେ ଆହାତ ହୋଇଥିଲେ । ବିଜୁର କାନ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାକୁ ପ୍ରଥମେ ଏମପିଭି-୨୧ ମେଡ଼ିକାଲକୁ ନିଆଯାଇଥିବାବେଳେ ତାର ଅବସ୍ଥା ଗୁରୁତର ଥିବାରୁ ତାକୁ କୋରାପୁଟ ସ୍ଥାନାନ୍ତର କରାଯାଉଥିବାବେଳେ ବାଟରେ ତାର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/22-9.jpg)