କନକ ବ୍ୟୁରୋ: ଏଥର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ବେଳେ ବିରୋଧର ଦୃଶ୍ୟ ସାମ୍ନାକୁ ଆସିଛି । ଏହି କ୍ରମରେ ପୁଣି ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂଦେଓଙ୍କୁ ବିରୋଧ କରିଛନ୍ତି ଲୋକେ ଏବଂ ପ୍ରଚାର ନକରିପାରି ସେ ଫେରିଆସିଛନ୍ତି ।
ଗାଁ ଦାଣ୍ଡରେ ଗୋଟିଏ ପଟେ ରାଜନୈତିକ ଦଳର ନେତା ଓ କର୍ମୀ, ଅନ୍ୟପଟେ ଏହାକୁ ବିରୋଧ କରୁଥିବା ଲୋକ । ଏପରି ଖବର ଆସିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହାରୁ । ବିଜେଡି ପକ୍ଷରୁ ପ୍ରଚାର ଚାଲିଥିବା ବେଳେ ଏହାକୁ ଜୋରଦାର ବିରୋ଼ଧ କରିଛନ୍ତି ଆଦିବାସୀ ଏବଂ ଓବିସି ଲୋକ । କଳାପତାକା ଦେଖାଇବା ସହ ପ୍ରଚାର ନକରି ଫେରିଯିବାକୁ ସେମାନେ ଦାବି କରିଥିଲା । ପ୍ରବଳ ବିରୋଧ ଯୋଗୁଁ ପ୍ରଚାର କରି ନପାରି ଫେରିଗଲେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ । ଲଗାତର ଦୁଇ ଦିନ ଧରି ତାଙ୍କୁ ଜୋରଦାର ବିରୋଧ କରାଯାଉଛି । ସୋମବାର ବିରୋଧ ଯୋଗୁଁ କଳିକେଶଙ୍କୁ ଏକ ସଭା ଅଧାରୁୁ ଛାଡ଼ିବାକୁ ପଡ଼ିଥିଲା ।
କେନ୍ଦ୍ରାପଡ଼ାରେ ବିଧାୟକଙ୍କୁ ବିରୋଧ
ସେପଟେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିବା ବେଳେ କେନ୍ଦ୍ରାପଡ଼ା ଘାଘରରେ ବିଧାୟକ ଶଶୀଭୂଷଣ ବେହେରାଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । ବିଜେଡିର କିଛି ଅସନ୍ତୁଷ୍ଟ କର୍ମୀ ହିଁ ତାଙ୍କୁ ବିରୋଧ କରିଛନ୍ତି । ଘାଘରା ପଞ୍ଚାୟତରେ ଏଥର ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ଅଛନ୍ତି । ଗୋଟିଏ ଗୋଷ୍ଠୀ ବିଧାୟକଙ୍କ ଫଟୋ ରଖି ପ୍ରଚାର କରୁଥିବା ବେଳେ ଏହାକୁ ଅନ୍ୟ ଗୋଷ୍ଠୀ ବିରୋଧ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/pjimage-4-3.jpg)