ବଲାଙ୍ଗୀରରୁ ଆସିଲା ରାଜନୀତିର ରୋଚକ ଚିତ୍ର । କଂଗ୍ରେସ ବିଧାୟକଙ୍କ ଘରେ ବିଜେଡିର ପୂର୍ବତନ ସାଂସଦ, ଭୋଗ ଦେଲେ ଆଶୀର୍ବାଦ ନେଲେ ।

168

କନକ ବ୍ୟୁରୋ : କଂଗ୍ରେସ ବିଧାୟକଙ୍କ ଘରେ ବିଜେଡିର ପୂର୍ବତନ ସାଂସଦ । ନରସିଂହ ମିଶ୍ରଙ୍କ ଘରକୁ ଯାଇ, ଅର୍ପଣର ଭୋଗ ବାଣ୍ଟିଛନ୍ତି କଳିକେଶ ସିଂହଦେଓ । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଘରକୁ ଯାଇ ବିଧାୟକଙ୍କ ସ୍ତ୍ରୀଙ୍କୁ ଜଗନ୍ନାଥଙ୍କ ଭୋଗ ଦେବା ସହ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି କଳିକେଶ । ସେହିପରି ନରସିଂହ ମିଶ୍ରଙ୍କ ବଡ଼ ପୁଅ ତଥା ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ରଙ୍କୁ ମଧ୍ୟ ଭୋଗ ଦେଇଛନ୍ତି ।

ଏହି ଚିତ୍ର ସାମ୍ନାକୁ ଆସିବା ପରେ ବଲାଙ୍ଗୀରରେ ଜୋରଦାର ଚର୍ଚ୍ଚା ହେଉଛି । କାରଣ, ବଲାଙ୍ଗିର ରାଜ ପରିବାର ଏବଂ ମିଶ୍ର ପରିବାର ଉଭୟେ ପରମ୍ପର ରାଜନୈତିକ ପ୍ରତିଦ୍ୱନ୍ଦୀ ଭାବେ ବେଶ ପରିଚିତ । କିନ୍ତୁ ନିର୍ବାଚନ ପୂର୍ବରୁ ଏଭଳି ଚିତ୍ରକୁ ନେଇ ବଢିଛି ଚର୍ଚ୍ଚା ।