ସାଧୁ କାଳୀଚରଣଙ୍କୁ ଗିରଫ କଲା ରାୟପୁର ପୋଲିସ । ମହାତ୍ମା ଗାନ୍ଧୀଙ୍କ ପ୍ରତି ଦେଇଥିଲେ ଅସମ୍ମାନଜନକ ମନ୍ତବ୍ୟ । 

ସାଧୁ କାଳୀଚରଣଙ୍କୁ ଗିରଫ କଲା ରାୟପୁର ପୋଲିସ । ମହାତ୍ମା ଗାନ୍ଧୀଙ୍କ ପ୍ରତି ଦେଇଥିଲେ ଅସମ୍ମାନଜନକ ମନ୍ତବ୍ୟ । 

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେବା ଓ ତାଙ୍କୁ ହତ୍ୟା କରିଥିବା ନାଥୁରାମ ଗଡ଼ସେଙ୍କୁ ପ୍ରଶଂସା କରିଥିବା ସାଧୁ କାଳୀଚରଣ ମହାରାଜଙ୍କୁ ରାୟପୁର ପୁଲିସ ଖଜୁରାଓରୁ ଗିରଫ କରିଛି । ରାୟପୁରର ପୂର୍ବତନ ମେୟର ପ୍ରମୋଦ ଦୁବେ ରାୟପୁର ଅନ୍ତର୍ଗତ ଟିକ୍ରାପଡ଼ା ଥାନାରେ କରିଥିବା ଅଭିଯୋଗ ଆଧାରରେ କାଳୀଚରଣ ମହାରାଜଙ୍କ ନାମରେ ଏଫ୍‌.ଆଇ.ଆର୍‌. ଫାଇଲ୍‌ କରାଯାଇଥିଲା ।

ଆଇ.ପି.ସି. ଧାରା ୫୦୫ (୨) ଏବଂ ୨୯୪ ଅନୁଯାୟୀ କାଳୀଚରଣ ବୁକ୍‌ ହୋଇଥିଲେ । ସୂଚନାଯୋଗ୍ୟ, ଗତ ରବିବାର ଦିନ ରାୟପୁରସ୍ଥିତ ରାବଣ ଭଟ ପଡ଼ିଆରେ ଅନୁଷ୍ଠିତ ଧର୍ମ ସଂସଦରେ ଉଦ୍‌ବୋଧନ ଦେବା ବେଳେ କାଳୀଚରଣ ଅଭିଯୋଗ କରିଥିଲେ ଯେ, ସଂଖ୍ୟାଲଘୁମାନଙ୍କର ଲକ୍ଷ୍ୟ ହେଲା ରାଜନୀତି ମାଧ୍ୟମରେ ଦେଶକୁ ଅକ୍ତିଆର କରିବା । ସେ ମଧ୍ୟ କହିଥିଲେ, ଗାନ୍ଧୀଙ୍କୁ ହତ୍ୟା କରିଥିବାରୁ ମୁଁ ନାଥୁରାମ ଗଡ଼ସେଙ୍କୁ ଅଭିବାଦନ ଜଣାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe