କନକ ବ୍ୟୁରୋ : ପବିତ୍ର ରଥଯାତ୍ରାରେ ଭକ୍ତର ମନ ଭିତରେ ଭକ୍ତିର ଲହରୀ ଖେଳେଇ ଦେବାପାଇଁ ପ୍ରତିବର୍ଷ ରେଡ଼ିଓ ଚକଲେଟ୍ ଅନେକ ନୂଆ ନୂଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଏ । ଚଳିତ ବର୍ଷ କରୋନା ମହାମାରୀ ଫଳରେ ପୁରୀର ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରାରେ ଭକ୍ତମାନଙ୍କୁ ରଥ ଟାଣିବାକୁ ଅବା ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ବାରଣ କରାଯାଇଛି । ଭାଙ୍ଗି ପଡିଛି ଭକ୍ତଙ୍କ ମନ।ଭଙ୍ଗାମନରେ ଟିକିଏ ଭକ୍ତିରସ ଢାଳି ପୁଣି ମନକୁ ଯୋଡିଦେବା ପାଇଁ ରେଡ଼ିଓ ଚକଲେଟ୍ ଅଣ୍ଟା ଭିଡିଛି । ଚଳିତ ମାସ ୧୫ ତାରିଖ ସଂଧ୍ୟା ୬ଟାରେ ଆୟୋଜନ କରୁଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦ୍ଭୁତ ଲୀଳାକୁ ନେଇ ଏକ ଭକ୍ତିଭରା ଓ୍ଵେବିନାର୍ "କାଳିଆର ଲୀଳା" । ଯାହାର ମୁଖ୍ୟ ଆକର୍ଷଣ ସମ୍ଵାଦ ଗ୍ରୁପ୍ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟ ରଂଜନ ପଟ୍ଟନାୟକ, ସମ୍ଵାଦ ଗ୍ରୁପ୍ ର କାର୍ଯ୍ୟକାରୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏବଂ ଓଡ଼ିଆ ଜଗତର ମାଇଲ୍ ଷ୍ଟୋନ୍ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ଅଲୌକିକ ଲୀଳା ସମ୍ପର୍କରେ କିଛି ଭାବପୂର୍ଣ୍ଣ କଥା କହିବେ ଓଡ଼ିଶାର କିଛି ଲବ୍ଧପ୍ରତିଷ୍ଠ ବ୍ଯକ୍ତିତ୍ଵଙ୍କ ମଧ୍ୟରୁ ଅଧ୍ଯାପକ ଡ଼ଃ ମୃତ୍ୟୁଞ୍ଜୟ ରଥ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ସାରସ୍ୱତ ସାଧକ ଡ଼ଃ ଭାସ୍କର ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ବିଶାରଦା ଶ୍ରୀମତୀ ବିଜୟିନୀ ଶତପଥୀ, ଅଧ୍ୟାପିକା ଓ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ବିଦୁଷୀ ଡଃ କଲ୍ଯାଣୀ ନନ୍ଦି ଶତପଥୀ, ପୁରୀ ନେଉଳି ମଠ ମହନ୍ତ ଡ଼ଃ ରାମଚରଣ ଦାସ, ଅପ୍ରତିମ ସଂସ୍କୃତ ଓ ସଂସ୍କୃତି ବିଦ୍ଵାନ୍ ପ୍ରଫେସର୍ ହରେକୃଷ୍ଣ ଶତପଥୀ, ଅନନ୍ଯା ବାଣୀସାଧିକା ଶ୍ରୀମତୀ ପ୍ରିତୀନନ୍ଦା ରାଉତରାୟ, ପ୍ରଥିତ ଯଶା ବାଗ୍ମୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଖ୍ୟାପକ ଡଃ ରଜତ କର, ଅଧ୍ୟାପକ ଡ଼ଃ ରଘୁନାଥ ପଣ୍ଡା, ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ଦର୍ଶନ ଗବେଷକ ପ୍ରଥିତ ଯଶା ଶ୍ରୀ ଶରଣାରବିନ୍ଦ ଓଝା, ସମ୍ମାନସ୍ପଦ ବ୍ୟକ୍ତିତ୍ଵ ଶ୍ରୀଯୁକ୍ତ ପିତବାସ ରାଉତରାୟ ଏବଂ ରେଡ଼ିଓ ଚକଲେଟ୍ ଆର୍ ଜେ ତଥା ସୁବାଗ୍ମୀ ନିରୋଦ ଆର୍ଯ୍ୟ ।
ଏତଦ୍ ବ୍ୟତୀତ ଓଡ଼ିଶାର ସୁନାମଧନ୍ଯ କଣ୍ଠଶିଳ୍ପୀ ମହାପ୍ରସାଦ କର, ଶ୍ରୀଚରଣ ମହାନ୍ତି, ସୌରଭ ନାୟକ, ପ୍ରଫୁଲ୍ଲ ବେହେରା, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର, ଲୋପାମୁଦ୍ରା ଦାସ ଏବଂ ବର୍ଣ୍ଣାଳୀ ହୋତା କାଳିଆଙ୍କ ଅମୃତଝରା ପଦେ ଭକ୍ତିଗୀତ ପରିବେଷଣ କରି ହୃଦୟକୁ ଜଗନ୍ନାଥମୟ କରିଦେବେ । ଏ ଭକ୍ତିଭରା ଓ୍ଵେବିନାରରେ ଯୋଗଦେବା ପାଇଁ ଝୁମ୍ ଆଇ.ଡି.ହେଲା : ୬୨୪୩୦୮୮୯୯୮ ଏବଂ ପାସ୍ ଓ୍ଵାଡ୍ ହେଲା : ରେଡ଼ିଓ ଚକଲେଟ୍ ୧୦୪ । "କାଳିଆର ଲୀଳା" ଶୀର୍ଷକ ଭକ୍ତିପୁର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରତିଟି ଶ୍ରଦ୍ଧାଳୁ ସପରିବାରେ ଯୋଗଦାନ କରିବା ପାଇଁ ରେଡ଼ିଓ ଚକଲେଟ୍ ତରଫରୁ ଆହ୍ୱାନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/1-12.jpg)