କନକ ବ୍ୟୁରୋ: ଆଜିଠାରୁ ‘ମୋ ସରକାର’ ଅଧୀନରେ ଆସିବ କାଳିଆ ଯୋଜନା । ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି କାଳିଆ ଯୋଜନା ବ୍ୟତୀତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ମମତା ଯୋଜନା, ବାହାନ, ସାରଥୀ, ଚାଷୀ ପଞ୍ଜୀକରଣ, ମିଶନ ଶକ୍ତି ଓ ପାନୀୟ ଜଳ ଯୋଗାଣ ବିଭାଗରେ ମଧ୍ୟ କାର୍ଯ୍ୟ କରିବ ମୋ ସରକାର । ମୋ ସରକାର ଅଧିନରେ କାଳିଆ ଯୋଜନା ଆସିବା ପରେ, ହିତାଧିକାରୀଙ୍କୁ ଫୋନ କରି ସୁବିଧା ଅସୁବିଧା ବୁଝିବେ ପ୍ରଶାସନିକ ଅଧିକାରୀ । ଏହାଛଡା ରାଜ୍ୟ କୃଷି ବିଭାଗ ଏକ ପବ୍ଲିକ ଗ୍ରିଭେନ୍ସ ପୋର୍ଟାଲ ମଧ୍ୟ ଖୋଲିବ ଯାହା ଜରିଆରେ ହିତାଧିକାରୀ ଅଭିଯୋଗ କରିପାରିବେ ।

Advertisment

publive-image

ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡିଥିଲେ କିମ୍ବା କୈøଣସି କାରଣରୁ କଟିଯାଇଥିଲେ ପବ୍ଲିକ ଗ୍ରିଭେନ୍ସ ପୋର୍ଟାଲ ଜରିଆରେ ଅଭି୍ଯୋଗ କରିପାରିବେ । ହିତାଧିକାରୀମାନେ ସରକାରୀ ଯୋଜନାର ଲାଭ କିପରି ଉଠାଇପାରିବେ ସେଥିପାଇଁ ମୋ ସରକାର ଅଧିନରେ କାଳିଆ ଯୋଜନା, ମମତା ଯୋଜନା ସମେତ ଆଉ କିଛି ଯୋଜନାକୁ ସାମିଲ କରାଯାଇଛି । ପୂର୍ବରୁ ପୁଲିସ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗକୁ ମୋ ସରକାରରେ ସାମିଲ କରାଯାଇଥିଲା । ମେଡିକାଲରେ ଓ ପୁଲିସ ଥାନାରେ ଲୋକେ କିପରି ସୁବିଧା ପାଉଛନ୍ତି, ସେନେଇ ଫୋନ କରି ଲୋକଙ୍କ ଠାରୁ ବୁଝୁଥିଲେ ସରକାରୀ ଅଧିକାରୀ । କୌଣସି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।