ବିଗୁଡିଛି ବଳିଆର ସ୍ୱାସ୍ଥ୍ୟବସ୍ଥା: ଗୁରୁତର ଥିବା ନେଇ ଦିଲ୍ଲୀ ଏମ୍ସକୁ ଚିଠି ଲେଖିଲେ ସରକାର

Advertisment
ବିଗୁଡିଛି ବଳିଆର ସ୍ୱାସ୍ଥ୍ୟବସ୍ଥା: ଗୁରୁତର ଥିବା ନେଇ ଦିଲ୍ଲୀ ଏମ୍ସକୁ ଚିଠି ଲେଖିଲେ ସରକାର

କନକ ବ୍ୟୁରୋ: ବଳିଆର ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଦିଲ୍ଲୀ ଏମ୍ସରୁ ଆସି ଏସସିବିରେ ଚିକିତ୍ସିତ ହେଉଥିବା ବଳିଆର ଫୁସଫୁସର ସଂକ୍ରମଣ ଯୋଗୁ ଗୁରୁତର ହୋଇପଡିଛି । ଏନେଇ ସରକାର ଦିଲ୍ଲୀ ଏମ୍ସକୁ ଚିଠି ଲେଖିଛନ୍ତି । ଜଗା ବଳିଆଙ୍କ ଚିକିତ୍ସା ତଦାରଖ କରୁଥିବା କମିଟିର ଅନୁରୋଧ କ୍ରମେ ସ୍ୱାସ୍ଥ୍ୟ ସଚିବ ଏମ୍ସକୁ ଚିଠି ଲେଖିଛନ୍ତି । ଏମସରେ ଚିକିତ୍ସା କରୁଥିବା ଦୁଇ ଡାକ୍ତରଙ୍କୁ ଏସସିବି ପଠାଇବାକୁ ଚିଠିରେ କୁହାଯାଇଛି ।

publive-image

ଛାତିରେ ସଂକ୍ରମଣ ଯୋଗୁଁ ବଳିଆକୁ ଭେଂଟିଲିଟିରକୁ ସ୍ଥାନାନ୍ତର କରାଯାଇଛି । ଫୁସଫୁସରେ ସଂକ୍ରମଣ ଯୋଗୁଁ ନିଶ୍ୱାସ ପଶ୍ୱାସ ନେବାରେ କଷ୍ଟ ହେବାରୁ ଭେଟିଂଲିଟରରେ ଭର୍ତ୍ତି କରାଯାଇଛି । ଜଗା – ବଳିଆ ରହିଥିବା ସ୍ୱତନ୍ତ୍ର ୱାର୍ଡ଼ରେ ସେମାନଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଆସୁଥିବାରୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି ବଳିଆକୁ ଭେଟି ତା ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ।

publive-image

ଜଗା-ବଳିଆ ଗତମାସ ୮ତାରିଖରେ ଦିଲ୍ଲୀ ଏମ୍ସରୁ ଆସି କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ଜଗାର ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଥିବା ବେଳେ ବଳିଆ ସ୍ବାସ୍ଥ୍ୟାବସ୍ଥାରେ ବାରମ୍ବାର ସମସ୍ୟା ଦେଖାଯାଉଥିଲା।ତେବେ ଜଗା ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରକାଶ କରିଥିବାବେଳେ ବଳିଆକୁ ମଝିରେ ମଝିରେ ଜ୍ବର ଆସୁଥିବା ଜଣାପଡ଼ିଛି। ଛାତି ଏକ୍ସ-ରେ ରିପୋର୍ଟରେ ବଳିଆକୁ ନିମୋନିଆ ହୋଇଥିବା ଜଣାପଡ଼ିଛି। ଆଜି ଏସସିବି ପକ୍ଷରୁ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଚର୍ଚ୍ଚା କରାଯାଇ ପରବର୍ତ୍ତୀ ଚିକିତ୍ସା ସଂପର୍କରେ ଆଲୋଚନା କରିଛନ୍ତି। ତେବେ, ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବଳିଆକୁ ନେଇ ଏସସିବି କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe