ଦିନ ମଜୁରିଆ ଘରୁ ଟିମ୍ ଇଣ୍ଡିଆକୁ ଯାତ୍ରା…ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଦଳରେ ସ୍ଥାନ ପାଇଲେ ଓଡିଆ ପୁଅ…ନେପାଳ ବିପକ୍ଷ ସିରିଜ୍ ପାଇଁ ଗଂଜାମର କାଳିଆ ପ୍ରଧାନଙ୍କୁ ଡାକରା

944

କନକ ବ୍ୟୁରୋ: ଦିନ ମଜୁରିଆ ଘର ପୁଅକୁ ଡାକରା ଆସିଛି ଟିମଇଣ୍ଡିଆରୁ । ଓଡିଶାର ଭଂଜନଗର ଦୃଷ୍ଟିହୀନ କ୍ରିକେଟ୍ ଖେଳାଳି କାଳିଆ ପ୍ରଧାନ ଖେଳିବେ ଜାତୀୟ ଦଳରେ । ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ସାମିଲ ହେବାକୁ ଡାକରା ପାଇଛନ୍ତି କାଳିଆ । ଏହାକୁ ନେଇ ସାରା ଅଂଚଳରେ ଖୁସି ଖେଳି ଯାଇଛି । ନେପାଳ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିପାକ୍ଷିକ ସିରିଜ ପାଇଁ ଦୃଷ୍ଟିହୀନ କାଳିଆଙ୍କୁ ଭାରତୀୟ ଦଳ ପାଇଁ ଚୟନ କରାଯାଇଛି । ଏହି ସିରିଜ କାନପୁର ଓ ଡେରାଡୁନରେ ଖେଳାଯିବ ।

ଦୃଷ୍ଟିହୀନ ବିଭାଗରେ ତାଙ୍କୁ ବି ଏକ ସ୍ତରରେ ରଖାଯାଇଛି । ସାଥୀ ଖେଳାଳିଙ୍କ ସହିତ ମିଶି ଏବେ ସେ ନିଜକୁ ଜାତୀୟ ସ୍ତରର ସିରିଜ ପାଇଁ ପ୍ରସ୍ତୁତ କରୁଛନ୍ତି । ୨୪ ବର୍ଷୀୟ କାଳିଆଙ୍କୁ ଦଳରେ ଅତିରିକ୍ତ ଖେଳାଳି ଭାବେ ସ୍ଥାନ ଦିଆଯାଇଛି । ଏପରି ଡାକରା ପାଇବା ପରେ ବେଶ୍ ଖୁସି ପ୍ରକାଶ କରିଛନ୍ତି କାଳିଆ । ୨୦୧୫ ମସିହାରୁ ତାଙ୍କର ବାପାଙ୍କ ପରଲୋକ ଘଟିଛି । ଏହା ପର ଠାରୁ ତାଙ୍କ ମାଆ ଦିନ ମଜୁରିଆ ଭାବେ କାମ କରି ପରିବାରକୁ ଚଳାଉଛନ୍ତି । ଏପରି ଗରିବି ଭିତରେ କାଳିଆଙ୍କୁ ଜାତୀୟ ଦଳ ପାଇଁ ଡାକରା ଆସିବାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ସେ ଭାବିଛନ୍ତି ।

ନେପାଳ ବିପକ୍ଷ ଏହି ଶୃଙ୍ଖଳା ଯଥାକ୍ରମେ କାନପୁର ଓ ଡେରାଡୁନରେ ଖେଳାଯିବ। ଡିସେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ କାନୁପରରେ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳା ଏବଂ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଡେରାଡୁନରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ। ଭାରତ ଉଭୟ ଫର୍ମାଟରେ ବର୍ତମାନ ବିଶ୍ବ ବିଜେତା ରହିଛି। ଭାରତୀୟ ଦଳ: ବିଷ୍ଣ ବି, ମାଧବାଲୁ, ନୀଲେଶ, ଶୋଭେନ୍ଦ୍ର ଭଣ୍ଡାରି, କାଳିଆ ପ୍ରଧାନ, ଅଜୟ କୁମାର ରେଡ୍ଡୀ, ଲୋକେଶ, ମହମ୍ମଦ ଇରଫାନ୍, ସୁନୀଲ ରମେଶ, ଏ ରବି, ଦୀପକ ମଲ୍ଲିକ, ରାହୁଲ ମାହାଲେ, ଲିଙ୍ଗରାଜ ରାଉତରା। ମହମ୍ମଦ ଫୈଜଲ (କେବଳ ଏକଦିବସୀୟ), ଭିନିତ୍ କୁମାର (କେବଳ ଟି-୨୦ )।