ଖୁବଶୀଘ୍ର ଆସିବ କାଳିଆ ଟଙ୍କା: ନିର୍ବାଚନ ପୂର୍ବରୁ ଆକାଉଂଟକୁ ଯିବ କାଳିଆ କିସ୍ତି! ବଦଳିଲା ‘କାଳିଆ’ ଯୋଜନା ନିୟମ

9,045

କନକ ବ୍ୟୁରୋ: ଖୁବଶୀଘ୍ର ଆସିବ କାଳିଆ ଟଙ୍କା । ନିର୍ବାଚନ ପୂର୍ବରୁ ଆକାଉଂଟକୁ ଯାଇପାରେ କାଳିଆ କିସ୍ତି । କ୍ୟାବିନେଟରେ କାଳିଆ ଯୋଜନା ନିୟମର ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର । ଏଣିକି ଖାଲି ଏପ୍ରିଲ ମାସର ଅକ୍ଷୟ ତୃତୀୟା କି ସେପ୍ଟମ୍ବର ମାସର ନୂଅାଁଖାଇରେ ନୁହେଁ, ଯେ କୌଣସି ମୁହୁର୍ତରେ ସରକାର ଚାହିଁଲେ ହିତାଧିକାରୀଙ୍କୁ ଦେଇପାରିବେ କାଳିଆ ସହାୟତା । ତେଣୁ କ୍ୟାବିନେଟ ନିଷ୍ପତିରୁ ଯାହା ସଂଙ୍କେତ ମିଳୁଛି ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ ସରକାର । ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଚାଷୀଙ୍କ ଆକାଉଂଟକୁ କାଳିଆ ଟଙ୍କା ଆସିପାରେ ।

କ୍ୟାବିନେଟରେ କାଳିଆ ଯୋଜନା ନିୟମର ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର । ଏଣିକି ଖାଲି ଏପ୍ରିଲ ମାସର କି ସେପ୍ଟମ୍ବର ମାସରେ ନୁହେଁ , ଯେ କୌଣସି ସମୟରେ ସରକାର ଚାହିଁଲେ ହିତାଧିକାରୀଙ୍କୁ ଦେଇପାରିବେ କାଳିଆ ସହାୟତା । କ୍ୟାବିନେଟର ଏହି ନିଷ୍ପତି ପରେ ଚର୍ଚ୍ଚା ହେଉଛି ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ ସରକାର ।

୨୦୧୯ ନିର୍ବାଚନରେ ସବୁଠୁଁ ବଡ ଗେମ ଚେଂଜର ହୋଇଥିଲା କାଳିଆ ସ୍କିମ । କୁହାଯାଉଥିଲା ଏହି ୍ଯୋଜନାଟି ଭୋଟ ରାଜନୀତିରେ ବେଶ ପ୍ରଭାବ ପକାଇଥିଲା । ଆଉ ଏବେ ଫେବ୍ରୁଆରୀ ଶେଷ ସପ୍ତାହ କିମ୍ବ ମାର୍ଚ୍ଚ ପ୍ରଥମ ସପ୍ତାହରେ ଚାଷୀଙ୍କ ଆକାଉଂଟକୁ ଯାଇପାରେ କାଳିଆ ଟଙ୍କା ।

‘କାଳିଆ’ ଯୋଜନା..
-୩ ବର୍ଷ ବଢିଲା କାଳିଆ ଯୋଜନାର ଅବଧୀ
-୨୦୨୪-୨୫ରୁ ୨୦୨୬-୨୦୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାଳିଆ ଯୋଜନା ପାଇଁ ୬୦୨୯ କୋଟି ୭୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି
– ଏଣିକି ଯେକୌଣସି ସମୟରେ ଚାଷୀଙ୍କୁ ମିଳିପାରିବ ସହାୟତା
-ଭୂୂମିହୀନ ଚାଷୀଙ୍କୁ ମିଳିବ ଅତିରିକ୍ତ ୨ ହଜାର ଟଙ୍କାର ସହାୟତା
– ପୂର୍ବରୁ ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ୧୨ ହଜାର ୫୦୦ ମିଳିଥିଲା

ତେବେ ଚାଷୀଙ୍କୁ ସଶକ୍ତ କରିବା ପାଇଁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ । ସରକାରଙ୍କ ନିଷ୍ପତିକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । କହିଛନ୍ତି, ନିର୍ବାଚନ ଆସିଲେ ଚାଷୀଙ୍କୁ ଟଙ୍କା ଦେଇ ଭୋଟ ନେବା ପାଇଁ ଏହା ପ୍ଲାନ । ବିଜେଡି କହିଛି, ସ୍ୱାବଲମ୍ବି ହେଉଛନ୍ତି ଚାଷୀ । ୪୩ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଉଛି । ସେହିପରି ୧୮ ଲକ୍ଷ ଭୂମିହିନ ଚାଷୀଙ୍କୁ ମଧ୍ୟ ସହାୟତା ଯୋଗାଇ ଦେଇ ଆସୁଛନ୍ତି ସରକାର ।