କନକ ବ୍ୟୁରୋ: କ୍ୟାବିନେଟରେ କାଳିଆ ଯୋଜନା ନିୟମର ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର । ଏଣିକି ଖାଲି ଏପ୍ରିଲ ମାସର ଅକ୍ଷୟ ତୃତୀୟା କି ସେପ୍ଟମ୍ବର ମାସର ନୂଆଖାଇରେ ନୁହେଁ , ଯେ କୌଣସି ମୁହୁର୍ତରେ ସରକାର ଚାହିଁଲେ ହିତାଧିକାରୀଙ୍କୁ ଦେଇପାରିବେ କାଳିଆ ସହାୟତା । ତେଣୁ କ୍ୟାବିନେଟ ନିଷ୍ପତିରୁ ଯାହା ସଂଙ୍କେତ ମିଳୁଛି ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ ସରକାର । ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଚାଷୀଙ୍କ ଆକାଉଂଟକୁ କାଳିଆ ଟଙ୍କା ଆସିପାରେ । ସରକାରଙ୍କ ନିଷ୍ପତିକୁ ନେଇ ରାଜନିତୀର ଗନ୍ଧ ବାରିଛନ୍ତି ବିରୋଧୀ । କହିଛନ୍ତି ନିର୍ବାଚନ ଆସିଲେ ଚାଷୀଙ୍କୁ ଟଙ୍କା ଦେଇ ଭୋଟ ନେବା ପାଇଁ ଏହା ପ୍ଲାନ । ବିଜେଡି କହିଛି ଚାଷୀ ସ୍ୱାବଲମ୍ବି ହେଉଛନ୍ତି । ୪୩ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଉଛି । ସେହିପରି ୧୮ ଲକ୍ଷ ଭୂମିହିନ ଚାଷୀଙ୍କୁ ମଧ୍ୟ ସହାୟତା ଯୋଗାଇ ଦେଇ ଆସୁଛନ୍ତି ସରକାର ।

Advertisment

କାଳିଆ ନିୟମର ସଂଶୋଧନ
୩ ବର୍ଷ ବଢ଼ିଲା କାଳିଆ ଯୋଜନାର ଅବଧି
୨୦୨୪-୨୫ରୁ ୨୦୨୬-୨୦୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାଳିଆ ଯୋଜନା ପାଇଁ ୬୦୨୯କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି
ଯେ କୌଣସି ସମୟରେ ଚାଷୀଙ୍କୁ ମିଳି ପାରିବ ସହାୟତା
ଭୂୂମିହୀନ ଚାଷୀଙ୍କୁ ମିଳିବ ଅତିରିକ୍ତ ୨ ହଜାର ଟଙ୍କାର ସହାୟତା
୧୮ ଲକ୍ଷ ଚାଷୀଙ୍କୁ ୧୨ ହଜାର ୫୦୦ ମିଳୁଥିଲା