କାଳିଆ ଯୋଜାନରେ ଚାଷୀଙ୍କୁ ମିଳବ କୋଭିଡ ସହାୟତା : ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ପାଇଁ ୩୮୬ କୋଟି ଟଙ୍କାର ପ୍ୟାକେଜ; ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

734

କନକ ବ୍ୟୁରୋ : କାଳିଆ ହିତାଧିକାରୀଙ୍କୁ ମିଳିବ କୋଭିଡ ସହାୟତା । ରାଜ୍ୟରେ ଚାଷ ଓ ଚାଷୀର ଉନ୍ନତି ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ଏହି ଟଙ୍କା ଦିଆଯିବ । ମୋଟ୍ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ ସରକାର । ଏହି କାର୍ଯ୍ୟକ୍ରମକୁ ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତ ଜୁନ୍ ୧୭ ତାରିଖରେ ରାଜ୍ୟର ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଆଦିବାସୀଙ୍କ ପାଇଁ ୧ ହଜାର ୬୯୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଥିଲେ । ଏପରିକି କାଳିଆ ଯୋଜନାରେ ସାମିଲ ଭୂମିହୀନ ଚାଷୀଙ୍କୁ ୧ ହଜାର ଟଙ୍କା ଅତିରିକ୍ତ କୋଭିଡ ସହାୟତା ପ୍ରଦାନ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୧୯ ମସିହାରେ ନିର୍ବାଚନ ପୂର୍ବରୁ ଓଡ଼ିଶାରେ କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଦେବାକୁ ଆରମ୍ଭ ହୋଇଥିଲା କାଳିଆ ଯୋଜନା ।