ଅନୁଗୁଳ ମଦ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ କାଳିଆ ଦେହୁରୀ ଗିରଫ : ମୋଟ ୪ଜଣଙ୍କୁ ଗିରଫ କରି ଛାନଭିନ୍ କରୁଛି ପୁରୁଣାକୋଟ ପୋଲିସ ; ବିଷାକ୍ତ ମଦ ପିଇ ଯାଇଥିଲା ୪ଜଣଙ୍କ ଜୀବନ

98

କନକ ବ୍ୟୁରୋ : ଅନୁଗୁଳ ମଦ ମୃତ୍ୟୁ ମାମଲାରେ ଆଉ ୨ଜଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ କାଳିଆ ଦେହୁରୀ ସମେତ ୨ଜଣଙ୍କୁ ଗିରଫ କରିଛି ପୁରୁଣାକୋଟ ପୁଲିସ୍ । ଏହା ପୂର୍ବରୁ ଆଉ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ ।  ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି କାଳିଆ ଦେହୁରୀ, ଟୁକୁନା ଦେହୁରୀ, ଶ୍ରୀକାନ୍ତ ସାହୁ,  ଓ ରଞ୍ଜିତ ସାହୁ ।

ପୋଲିସର ସୂଚନା ଅନୁସାରେ କାଳିଆ ଦେହୁରୀ ଏହି ମଦ ତିଆରି କରୁଥିବାବେଳେ ଟୁକୁନା କାଳିଆକୁ ସ୍ପିରିଟ୍ ସପ୍ଲାଏ କରିଥାଏ । ସେହିପରି ରଞ୍ଜିତ କାଳିଆକୁ ମହୁଲି ଯୋଗାଉ ଥିଲା । କାଳିଆ ଦେହୁରୀ ବେଆଇନ ଭାବେ ଏହି ମଦ ତିଆରି କରୁଥିଲା । ଏବଂ ଶ୍ରୀକାନ୍ତ ସାହୁ ଜରିଆରେ ମଦକୁ ବାହାରେ ବିକ୍ରି କରିଥାଏ । ଏହି ତିନି ଜଣ କାଳିଆକୁ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରିରେ ସହଯୋଗ କରୁଥିବାରୁ ସମସ୍ତଙ୍କୁ ଗିରଫ କରିଛି ପୋଲିସ୍ ।