ବିଭିନ୍ନ ସ୍ଥାନରେ ଜମୁଛି କାଳୀ ପୂଜା: ଆକର୍ଷଣୀୟ ବାହୁବଳୀ ମଣ୍ଡପରେ ପୂଜା ପାଉଛନ୍ତି ମାଆ 

ବିଭିନ୍ନ ସ୍ଥାନରେ ଜମୁଛି କାଳୀ ପୂଜା: ଆକର୍ଷଣୀୟ ବାହୁବଳୀ ମଣ୍ଡପରେ ପୂଜା ପାଉଛନ୍ତି ମାଆ 

କନକ ବ୍ୟୁରୋ: ବିଭିନ୍ନ ସ୍ଥାନରେ ଚାଲିଛି ମାଆ ମହାକାଳୀଙ୍କ ପୂଜା । ଉମରକୋଟ ୟୁଭି-୫୨ରେ କିଛି ସ୍ୱତନ୍ତ୍ର ଭାବେ ପୂଜା ପାଉଛନ୍ତି ମାଆ କାଳୀ । ବେଶ ପ୍ରସିଦ୍ଧ ଏଠାରେ କାଳୀଙ୍କ ପୂଜା । ସମ୍ପୁର୍ଣ୍ଣ ବଙ୍ଗୀୟ ରୀତିରେ ଏଠାରେ ପୂଜା ପାଉଛନ୍ତି ମାଆ । ପ୍ରାୟ ୧୦ ଦିନ ଧରି ଏଠାରେ ମାଆଙ୍କ ପୂଜା ପାଠ କରାଯାଉଛି । ପୂଜାରେ ସବୁଠୁ ଆକର୍ଷଣ ହେଲା ୩୨ଫୁଟ ଉଚ୍ଚତା ବିଶିଷ୍ଟ ମାଆଙ୍କ ମୂର୍ତି । ଚଳିତବର୍ଷ ମୀନାବଜାରରେ ପ୍ରବଳ ଗହଳି ଲାଗିଛି । ଭଳିକିଭଳି ଖାଇବା ସହ ବିଭିନ ପ୍ରକାରର ଦୋଳି ଲାଗିଛି । ପୂଜାରେ ମାଆଙ୍କ ଦର୍ଶନ କରିବା ସହିତ  ମୀନାବଜାରରେ ଲାଗୁଛି ପ୍ରବଳ ଗହଳି  । ଭିଡ ଯୋଗୁ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ବ୍ରହ୍ମପୁର ବାହୁବଳୀ ମଣ୍ଡପରେ ପୂଜା ପାଉଛନ୍ତି ମାଆ ମହାକାଳୀ । ଖୋଡାସିଂ ପୂଜା ମଣ୍ଡପ ପାଲଟିଛି ଚଳିତଥରର ମୁଖ୍ୟ ଆକର୍ଷଣ । ପୂଜା କମିଟି ପକ୍ଷରୁ ମଣ୍ଡପକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯାଇଥିବା ବେଳେ ବାହୁବଳୀ ଫିଲ୍ମରେ ବ୍ୟବହୃତ ରାଜପ୍ରସାଦର ଅବିକଳ ନକଲ କରାଯାଇଛି । ଦୁଇ ବର୍ଷ ପରେ ପୂଜା ଅନୂଷ୍ଠିତ ହେଉଥିବାରୁ ସାଜସଜା ଉପରେ ବେଶ ଗୁରୁତ୍ୱ ଦିଆଯାଇଛି । ସହରରେ ୧୦ରୁ ଅଧିକ ମଣ୍ଡପରେ ପୂଜା କାଉଛନ୍ତି ମାଆ କାଳୀ । ଖୋଡାସିଂ ପବଜା କମିଟି ପକ୍ଷରୁ ୧୦ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଛି ତୋରଣ । ଯାହା କରିବାକୁ କାରିଗରଙ୍କୁ ୧୪ଦିନ ସମୟ  ଲାଗିଥିଲା ।

ମହାକାଳୀଙ୍କ ପୂଜାରେ ଦେବୀ ଛିନ୍ନମସ୍ତାଙ୍କୁ ଆବାହନ । କଟକ ବାଖରାବାଦରେ ବର୍ଷେ କି ଦୁଇ ବର୍ଷ ନୁହେଁ ୧୯୬୫ ମସିହାରୁ ପୂଜା ପାଉଛନ୍ତି ଦେବୀ । ଲାଲ୍ ଓ କଳା ବର୍ଣ୍ଣ ଶରୀର ଧାରଣ କରିଥିବା ଦେବୀ ଛିନ୍ନ ମସ୍ତା ହେଉଛନ୍ତି ଅନନ୍ତ ମୃତ୍ୟୁର ପ୍ରତୀକ । ଏହି ସମୟରେ ଦେବୀଙ୍କ ପୂଜା କରିଲେ ପୁଣ୍ୟ ହେବା ସହିତ ମାଆଙ୍କ ସାନିଧ୍ୟ ଲାଭ କରିବାର ରହିଛି ବିଶ୍ୱାସ । ଏନେଇ ମଧ୍ୟ ରହିଛି ବହୁ ପୁରୁଣା କିମ୍ବଦନ୍ତୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe