କନକ ବ୍ୟୁରୋ : ଆରମ୍ଭ ହୋଇଛି ନବରାତ୍ର । ଗାଁରୁ ସହର ସବୁଠି ପୂଜାର ମାହୋଲ । ପ୍ରତି ବର୍ଷ ଭଳି ଏଥର ମଧ୍ୟ ଓଡ଼ିଶା କିନ୍ନର ଆଖଡ଼ା ଜାକଜମକରେ ନବରାତ୍ର ପୂଜା କରୁଛି । ପୂଜା ପୂର୍ବରୁ କିନ୍ନର ଆଖଡ଼ା ବିନ୍ଦୁ ସାଗରରୁ କଳସଯାତ୍ରା କରିଛନ୍ତି । ବିନ୍ଦୁସାଗରରେ ବୁଡ଼ ଦେବା ସହ ଦେବୀଦୁର୍ଗାଙ୍କ ଆରାଧନା କରିଛନ୍ତି । କିନ୍ନର ଆଖଡ଼ା ପକ୍ଷରୁ ଆୟୋଜିତ ଏହି କଳସ ଯାତ୍ରାରେ ଅନେକ ମହିଳାଙ୍କ ସହ ସାମିଲ ହୋଇଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ ।
କିନ୍ନରଙ୍କ ନବରାତ୍ର ପୂଜା : ବିନ୍ଦୁସାଗରରେ ବୁଡଦେବା ସହ ଦେବୀ ଦୁର୍ଗାଙ୍କ ଆରାଧନା
/kanak/media/post_attachments/wp-content/uploads/2023/10/ikjiik.jpg)