କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହାକୁ ବଡ ଧରଣରେ ଆୟୋଜନ କରାଯାଉଛି । ସାରାଦେଶରେ ବୁଲୁଛି ଅକ୍ଷତ କଳସ ଯାତ୍ରା । ଏହି କଳସ ଯାତ୍ରା ଆଜି ଓଡିଶାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟାରେ ଭୁବନେଶ୍ୱର ରସୁଲଗଡରେ ପହଞ୍ଚିବ ଅକ୍ଷତ କଳସ ଯାତ୍ରା । ରାଜଧାନୀ ଭୁବନେଶ୍ୱରରେ ବୁଲାଇବା କାର୍ଯ୍ୟକ୍ରମ ରହିଛି ।

Advertisment

- ଆଜି ଅପରାହ୍ନ ୨ଟା ୩୦ରେ ହଂସପାଳ ଛକରେ ପହଞ୍ଚିିବ ଅକ୍ଷତ କଳସ ଯାତ୍ରା
- ଅପରାହ୍ନ ୩ଟା ୫୦ରେ ରସୁଲଗଡ ଓ ୩ଟା ୧୫ରେ ବମିଖାଲରେ ପହଞ୍ଚିିବ
- ୩ଟା ୨୫ରେ ଝାରପଡା ଦେଇ ସାଢେ ୩ଟାରେ କଳ୍ପନା ଛକରେ ପହଞ୍ଚିିବ
- ୩ଟା ୩୫ରେ ରାଜମହ ଛକ, ୩ଟା ୪୦ରେ ମାଷ୍ଟରକ୍ୟାଂଟିନ୍ ଦେଇ ଯିବ
- ଅପରାହ୍ନ ୩ଟା ୫୫ରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିିବ କଳସ ଯାତ୍ରା
- ଅପରାହ୍ନ ୪ଟାରେ ରାମ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ
- ଅପରାହ୍ନ ୪ଟା ୨୦ରେ ରାମ ମନ୍ଦିର ଛକରୁ ବାହାରି ୪ଟା ୩୫ରେ ଏଜି ଛକରେ ପହଞ୍ଚିିବ ଗଭର୍ଣ୍ଣର ହାଉସ ଛକ, ଗୋପବନ୍ଧୁ ଛକ ଦେଇ ୫ଟା ୧୦ରେ ଜୟଦେବ ପାଠାଗାରରେ ପହଞ୍ଚିିବ