କନକ ବ୍ୟୁରୋ: ରାମମୟ ହୋଇଛି ଅଯୋଧ୍ୟା ନଗରୀ । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠାକୁ ମାତ୍ର କେଇ ଘଂଟାର ବାକି ରହିଛି । ଏହାପୂର୍ବରୁ ଗତ ଗୁରୁବାରରୁ ଆରମ୍ଭ ହୋଇଥିବା ପ୍ରାଣ ପ୍ରତିଷ୍ଠା ପୂଜା ଜାରି ରହିଛି । ଏହି କ୍ରମରେ ଆଜି ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ରାମଲଲାଙ୍କ ମୂର୍ତ୍ତିିକୁ ୧୧୪ କଳସ ଔଷଧୀୟ ଜଳରେ ସ୍ନାନ କରାଯିବ । ସରଜୂ ନଦୀର ରାମଘାଟରୁ ୧୧୪ କଳସ ପାଣି ଆଣି ସ୍ନାନବିଧି ସଂପନ୍ନ କରାଯିବ । ଏଥିସହ ମନ୍ଦିରରେ ସ୍ଥାପିତ ଦେବତାଙ୍କ ଦୈନିକ ପୂଜନ, ହନବ, ବେଦ ପାରାୟଣ ନୀତି ଅନୁଷ୍ଠିତ ହେବ । ୧୧୪ କଳସ ଔଷଧୀୟ ଜଳରେ ରାମଲଲାଙ୍କ ମୂର୍ତିକୁ ସ୍ନାନ ପରେ ବୈଦିକ ମନ୍ତ୍ରୋଚାରଣ ହେବ ମହାପୂଜା । ଏହାଛଡା ଆଜି ଉତ୍ସବ ମୂର୍ତ୍ତିର ମନ୍ଦିର ପରିକ୍ରମା କାର୍ଯ୍ୟକ୍ରମ ନୀତି ସଂପନ୍ନ ପରେ ମନ୍ଦିର ଗର୍ଭ ଗୃହରେ ସ୍ଥାପନ କରାଯିବ ।