ସ୍ପାଇଡରମ୍ୟାନ୍ ପରେ ଏବେ ଫାଷ୍ଟକ୍ଲାସ୍ ଗୀତରେ ହଲ୍କ ଏବଂ ଆଇରନ୍ ମ୍ୟାନଙ୍କ ଡ୍ୟାନ୍ସ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ । ଦେଖନ୍ତୁ ଭିଡିଓ

275

କିଛି ଦିନ ପୂର୍ବରୁ ମାର୍ବେଲର ସୁପରହିରୋ ସ୍ପାଇଡରମ୍ୟାନ୍ ର ଡ୍ୟାନ୍ସିଙ୍ଗ୍ ଭିଡିଓ ଖୁବ୍ ଚର୍ଚ୍ଚାରେ ଥିଲା । ବର୍ତ୍ତମାନ ଏଭଳି ଆଉ ଏକ ଭିଡିଓ ଆଇରନ୍ ମ୍ୟାନ୍ ଏବଂ ବିଲେନ୍ ହଲ୍କଙ୍କ ଏକ ଆନିମେଟେଡ୍ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ହଲଚଲ ସୃଷ୍ଟି କରିଛି । ଭିଡିଓରେ ଏହି ଦୁଇ କାର୍ଟୁନ୍ ଚରିତ୍ର ସିନେମା କଲଙ୍କର ଫାଷ୍ଟ କ୍ଲାସ୍ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସୁଥିଲେ । ଏହି ଭିଡିଓକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏହି ଭିଡିଓଟିକୁ ଫିଲ୍ମ ଅଭିନେତା ବରୁଣ୍ ଧୱନ୍ ମଧ୍ୟ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର କରିଥିଲେ । ଏବେ ସିନେମା ଅଭିନେତ୍ରୀ ମାଧୁରୀ ଦିକ୍ଷୀତ୍ ମଧ୍ୟ ଏକ ଭିଡିଓ ସେୟାର୍ କରିଛନ୍ତି ଯେଉଁଥିରେ ହଲ୍କ ଏବଂ ଆଇରନ୍ ମ୍ୟାନ୍ ମିଶି ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓକୁ ମଧ୍ୟ ଖୁବ୍ ସେୟାର୍ କରାଯାଉଛି ।

ତେବେ ଏହି ସିନେମାରେ ମାଧୁରୀ ଦିକ୍ଷୀତ୍ ,ବରୁଣ ଧୱନ୍ , ଆଲିଆ ଭଟ୍ଟ,ସଂଜୟ ଦତ୍ତ,ଆଦିତ୍ୟ ରାୟ କପୁର୍ ଏବଂ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୁମିକାରେ ରହିଛନ୍ତି ।