କନକ ବ୍ୟୁରୋ : କେରଳ ଏର୍ଣ୍ଣାକୁଲମର କଲାମାସେରୀ ସ୍ଥିତ ଏକ କନଭେନସନ୍ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ ହୋଇଛି । ସିନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ସର୍ବନିମ୍ନ ୨୦ ଜଣ ଲୋକ ଗୁରୁତର ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଏଠାରେ ୟହୋବା ସାକ୍ଷୀ ସମ୍ମିଳନୀ ହେଉଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ ମୁତାବକ ଏଠାରେ ୩ଟି ବିସ୍ଫୋରଣ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣାକୁ ନେଇ ଯାହା ସୂଚନା ରହିଛି ତାହା ମୁତାବକ ପ୍ରାରମ୍ଭିକ ଯାଂଚ ବେଳେ ଜଣାପଡିଛି ଯେ,୫ ରୁ ୧୦ ସେକେଣ୍ଡ ମଧ୍ୟରେ ଦୁଇଟି ବିସ୍ଫୋରଣ ହୋଇଛି । ସୂଚନା ପାଇବା ପରେ ଫରେନସିକ ସାଇନ୍ସ ଲାବ୍ରୋରେଟାରୀ ଟିମ୍ ଘଟଣା ସ୍ଥଳରେ ପହଂଚିଛି ।
#WATCH | Visuals from Ernakulam, Kerala where one person died, and several injured in an explosion at a Convention Centre in Kalamassery https://t.co/hir8k808v2 pic.twitter.com/305HuzA4gg
— ANI (@ANI) October 29, 2023
ସେପଟେ ବିସ୍ଫୋରଣ ପରେ କେରଳ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ବିସ୍ଫୋରଣରେ ଆହାତ ହୋଇଥିବା ଲୋକଙ୍କୁ ସବୁ ପ୍ରକାର ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Kerala Health Minister Veena George directed the Director of the Health Department and the Director of the Medical Education Department to provide the best treatment to those injured in the Kalamasery explosion. Hospitals have been alerted. The minister directed all health… https://t.co/hir8k808v2 pic.twitter.com/7wjhUGzL7r
— ANI (@ANI) October 29, 2023