ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀମନ୍ଦିର ଆସୁଛି କଳାଜିରା ଚାଉଳ । ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ମହାପ୍ରସାଦ ।

162

କନକ ବ୍ୟୁରୋ: ଜୈବିକ ପଦ୍ଧତିରେ ଉତ୍ପାଦିତ କୋରାପୁଟ ଜିଲ୍ଲାର କଲାଜିରା ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ମହାପ୍ରସାଦ । ଏଥିପାଇଁ ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାଉଛି କଳାଜିରା ଚାଉଳ । ୧୨ଜଣିଆ ଆଦିବାସୀ ମହିଳା ଦଳ କୋରାପୁଟ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରିବା ସହ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଏହି ସୁଗନ୍ଧିତ ଚାଉଳକୁ ପ୍ରସ୍ତୁତ କରାଯାଇଛି ।

ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଏହି ଚାଉଳ ଦିଆଯିବ । ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଭୋଗ ସମ୍ପୂର୍ଣ୍ଣ ରସାୟନିକ ସାର ମୁକ୍ତ ଶସ୍ୟରେ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଆୟୋଜକ । କଳାଜିରା ଚାଉଳର ଗୁଣବତ୍ତା ଅନ୍ୟ ଚାଉଳ ଅପେକ୍ଷା ଉନ୍ନତ ମାନର । ତେଣୁ ଶ୍ରୀମନ୍ଦିର ରୋଷଶାଳାରେ ନିୟମିତ ଭୋଗ ପ୍ରସ୍ତୁତ ହେଲେ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି ।