କନକ ବ୍ୟୁରୋ: ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାମ । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାମରେ ନାମିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରଥମ ସରକାରି ଅନୁଷ୍ଠାନ ଭାବେ ଦେବାଦେବୀଙ୍କ ନାମରେ ନାମିତ ହୋଇଛି କଳାହାଣ୍ଡି ବିଶ୍ୱବିଦ୍ୟାଳୟ । କଳାହାଣ୍ଡି ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୨ଶହ କୋଟିର ପ୍ରକଳ୍ପ ଭେଟିଦେବା ସହ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୮୧ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଭବାନିପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ କଳାହାଣ୍ଡିର ମହାନ ସ୍ୱାଧିନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ କରାଯାଇଛି । ୨ ଦଶନ୍ଦି ଧରି ଜିଲ୍ଲାରେ ମେଡିକାଲ କଲେଜ୍ ନେଇ ଦାବି ହେଉଥିବାବେଳେ ଆଜି ତାହା ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଅବସରରେ କଳାହାଣ୍ଡି ବିକାଶ ପଥରେ ଆଗେଇ ନେବାକୁ ଅନେକ ପ୍ରକଳ୍ପ ଭେଟି ଦେଇଛନ୍ତି । କେବଳ ସେତିକି ନୁହେଁ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଠପଢା ସହ ସମସ୍ତ ସୁବିଧା ସୁଯୋଗ ନେଇ ଛାତ୍ରଛାତ୍ରୀଙ୍କ ଠାରୁ ପଚାରି ବୁଝିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/23.jpg)