କଳାହାଣ୍ଡି ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା । ଥାନାରୁ ଚମ୍ପଟ୍ ଅଭିଯୁକ୍ତ , କର୍ତ୍ତବ୍ୟରେ ଅବହେଳା ଯୋଗୁଁ ୩ ପୋଲିସ୍ ନିଲମ୍ବିତ

123

କନକ ବ୍ୟୁରୋ: କଳାହାଣ୍ଡି କେ ଗାଁ ଥାନା ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲାରେ ଥାନାରେ ଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ଖସି ପଳାଇବା ଘଟଣାରେ ୩ଜଣ ପୋଲିସ ନିଲମ୍ବିତ ।କର୍ତ୍ତବ୍ୟରେ ଅବେହଳା ଯେଗୁଁ ଏହି ୩ ପୋଲିସକୁ ନିଲମ୍ବନ କରରାଯାଇଛି ।

ସୂଚନା ମୁତାବକ, ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ତାଙ୍କୁ ଉଠାଇ ଆଣିଥିଲା ପୋଲିସ ।ଗତ ୮ ତାରିଖରେ ଗୋବିନ୍ଦ ସାହୁ, ସ୍କୁଲର କିଛି କାଗଜପତ୍ର କାମ ଅଛି କହି ମମିତାଙ୍କୁ ଡକାଇ ଥିଲେ । ହେଲେ ସେ ସ୍କୁଲ ଆସିବା ବାଟରେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏହି ମାମଲାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୋଲିସ ଉଠାଇ ଆଣିଥିବାବେଳେ ସେ ପୋଲିସ ହେପାଜତରୁ କେମିତି ଚମ୍ପଟ ମାରିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣାରେ କାମରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିିଛି ।

ସେପଟେ ପ୍ରାୟ ୧୦ ଦିନ ହେଲାଣି ମମିତାଙ୍କ ଖୋଜ ଖବର ମିଳୁନାହିଁ । ଗତ ୮ ତାରିଖରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ମହାଲିଙ୍ଗରେ ଥିବା ସନ୍ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ସ୍କୁଲକୁ ଆସୁଥିବାବେଳେ ଚାନ୍ଦତରା ଛକ ନିକଟରୁ ନିଖୋଜ ହୋଇ ଯାଇଥିଲେ । ୧୨ ତାରିଖରେ ପରିବାର ଲୋକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଲାଙ୍ଗୀର ପୋଲିସ କଳାହାଣ୍ଡିର କେଗାଁକୁ ଆସି ସେଠାକାର ପୋଲିସ ସହିତ କଥାବାର୍ତା ହେବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇ ନେଇଥିଲା ।

ମହାଲିଙ୍ଗରେ ଥିବା ସ୍କୁଲରେ ଛାନଭିନ କରିବା ପରେ ତାଙ୍କ ଗାଡିକୁ ମଧ୍ୟ ଜବତ କରିଥିଲା । ହେଲେ ମମିତା କେଉଁଆଡେ ଗଲେ ସେନେଇ ୧୦ ଦିନ ହେଲା କୌଣସି ଖୋଜଖବର ପାଉନାହାନ୍ତି ବଲାଙ୍ଗୀର କିମ୍ବା କଳାହାଣ୍ଡି ପୋଲିସ । ତେଣୁ ପୁରା ଘଟଣା ରହସ୍ୟମୟ ହୋଇ ରହିଛି । ମମିତାଙ୍କ ନିଖୋଜ ପଛରେ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ କଣ ସଂପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତକୁ ଅପେକ୍ଷା କରାଯାଇଛି ।