ରାଜରାସ୍ତାକୁ ଓହ୍ଲାଇଲେ ଟେଣ୍ଟ ମାଲିକ ସଂଘ : ୮ ଦଫା ଦାବିରେ ଟେଣ୍ଟମାଲିକ ସଂଘ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ବିକ୍ଷୋଭ ପ୍ରଦର୍ଶନ

Advertisment
ରାଜରାସ୍ତାକୁ ଓହ୍ଲାଇଲେ ଟେଣ୍ଟ ମାଲିକ ସଂଘ : ୮ ଦଫା ଦାବିରେ ଟେଣ୍ଟମାଲିକ ସଂଘ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ବିକ୍ଷୋଭ ପ୍ରଦର୍ଶନ

କନକ ବ୍ୟୁରୋ :  ରାଜରାସ୍ତାକୁ ଓହ୍ଲାଇଲେ ଟେଣ୍ଟ ମାଲିକ ସଂଘ । ୮ ଦଫା ଦାବିରେ ଟେଣ୍ଟମାଲିକ ସଂଘ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିବାହ, ଜାନୀଯାତ୍ରାରେ ୩ଶହ ଲୋକଙ୍କୁ ସାମିଲ ଅନୁମତି ଦେବା ସହ ୮ ଦଫା ସମ୍ବଳିତ ଏକ ଦାବି ପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । କରୋନା ଯୋଗୁଁ ବିବାହ ବ୍ରତ ଓ ସଭାସମିତି ଉପରେ କଟକଣା ଲଗାଇଛନ୍ତି ସରକାର ।

ଆଉ ଏହାର ପ୍ରଭାବରେ ୨ ବର୍ଷ ହେଲା ଟେଂଟ ମାଲିକ ଓ ଟେଣ୍ଟ କର୍ମଚାରୀଙ୍କ ଜୀବିକା ଠପ୍ ହୋଇଯାଇଛି । ସ୍ଥିତି ଏମିତି ହୋଇଛି ଯେ ରୁଣ ଆଣି ଟେଣ୍ଟ ବେପାର କରୁଥିବା ମାଲିକମାନେ ରୁଣ କିସ୍ତି ମଧ୍ୟ ସୁଝି ପାରୁ ନାହାନ୍ତି । ଯଦି ସରକାର ଦାବି ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଟେଂଟ ମାଲିକ ସଂଘ ନିଜ ପରିବାର ସହ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe