କନକ ବ୍ୟୁରୋ : ରାଜରାସ୍ତାକୁ ଓହ୍ଲାଇଲେ ଟେଣ୍ଟ ମାଲିକ ସଂଘ । ୮ ଦଫା ଦାବିରେ ଟେଣ୍ଟମାଲିକ ସଂଘ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିବାହ, ଜାନୀଯାତ୍ରାରେ ୩ଶହ ଲୋକଙ୍କୁ ସାମିଲ ଅନୁମତି ଦେବା ସହ ୮ ଦଫା ସମ୍ବଳିତ ଏକ ଦାବି ପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । କରୋନା ଯୋଗୁଁ ବିବାହ ବ୍ରତ ଓ ସଭାସମିତି ଉପରେ କଟକଣା ଲଗାଇଛନ୍ତି ସରକାର ।
ଆଉ ଏହାର ପ୍ରଭାବରେ ୨ ବର୍ଷ ହେଲା ଟେଂଟ ମାଲିକ ଓ ଟେଣ୍ଟ କର୍ମଚାରୀଙ୍କ ଜୀବିକା ଠପ୍ ହୋଇଯାଇଛି । ସ୍ଥିତି ଏମିତି ହୋଇଛି ଯେ ରୁଣ ଆଣି ଟେଣ୍ଟ ବେପାର କରୁଥିବା ମାଲିକମାନେ ରୁଣ କିସ୍ତି ମଧ୍ୟ ସୁଝି ପାରୁ ନାହାନ୍ତି । ଯଦି ସରକାର ଦାବି ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଟେଂଟ ମାଲିକ ସଂଘ ନିଜ ପରିବାର ସହ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/vlcsnap-2021-08-28-08h19m32s184.png)