ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ । କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ବିଗ୍ ଫାଇଟ୍, ମଇଦାନରେ ଚାଲିଛି ତ୍ରିମୁଖୀ ଲଢ଼େଇ

62

କନକ ବ୍ୟୁରୋ : ଜମୁଛି ନିର୍ବାଚନ ମାହୋଲ । ବିଭିନ୍ନ ସ୍ଥାନରେ ଦଳ ଦଳ ମଧ୍ୟରେ ଟକ୍କର ଆରମ୍ଭ ହୋଇଗଲାଣି । ସେହିଭଳି କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଗ୍ ଫାଇଟ୍ ଦେଖିବାକୁ ମିଳିଛି । ମଇଦାନରେ ଚାଲିଛି ତ୍ରିମୁଖୀ ଲଢ଼େଇ । ତିନି ଦଳର ପ୍ରାର୍ଥୀ ମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ବିଭିନ୍ନ ମୁଦ୍ଦା ନେଇ ରଣନୀତି ଆରମ୍ଭ କରିଛନ୍ତି । ବିଜେଡି ପକ୍ଷରୁ ବିଭିିନ୍ନ ବିକାଶର ଚିତ୍ର ଦେଖାଇ ପ୍ରଚାର ଚାଲିଥିବା ବେଳେ ମୋଦୀ ସରକାରଙ୍କ ସଫଳତା ନେଇ ପ୍ରଚାର କରୁଛି ବିଜେପି । ତେବେ ଦଳ ଦଳ ମଧ୍ୟରେ ମଇଦାନରେ ଜୋରଦାର ଟକ୍କର ଚାଲିଥିବା ବେଳେ ଘର ଘର ବୁଲି ଲୋକଙ୍କ ପାଖକୁ ଯାଇ ଭୋଟ୍ ହାତେଇବାକୁ ପ୍ରୟାସ ଜାରି ରହିଛି ।

ସେପଟେ କଂଗ୍ରେସ ଖେଳିଛି ମହିଳା ଆଦିବାସୀ କାର୍ଡ଼ର୍ । ଲୋକଙ୍କ ପାଇଁ ଆଗକୁ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛି ଦଳ । ଉଭୟ ରାଜ୍ୟ ଓ କେନ୍ଦ୍ରର ବିଫଳତାକୁ ଟାର୍ଗେଟ କରିଥିବା ବେଳେ ଦଳ ଭୋଟ୍ ହାତେଇବାକୁ ପ୍ରୟାସ ଜାରି ରଖିଛି ।

ତିନି ଦଳ ମଧ୍ୟରେ ମଇଦାନରେ ଜୋରଦାର ଟକ୍କର ଲାଗିଥିବା ବେଳେ ବାଜି କିଏ ମରୁଛି ତା ଉପରେ ସମସ୍ତଙ୍କ ନଜର ।