କଟକଣା ମାନୁନାନାହାନ୍ତି ଅମାନିଆ । କଳାହାଣ୍ଡି  ନର୍ସିଂ ସ୍କୁଲରେ ଆୟୋଜିତ ଉତ୍ସବର ଭିଡିଓ ଭାଇରାଲ । ଏକାଠି ହୋଇ ନାଚ ଗୀତରେ ଝୁମିଲେ ଦେଢଶହରୁ ଅଧିକ ଛାତ୍ରଛାତ୍ରୀ

219

କନକ ବ୍ୟୁରୋ : ଅମାନିଆ ମାନୁନାହାନ୍ତି କରୋନା କଟକଣା । କଳାହାଣ୍ଡି କାମଠଣା ନର୍ସିଂ ସ୍କୁଲରେ  କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନର ଭିଡିଓ ଭାଇରାଲ ହୋଇଛି । ଏପ୍ରିଲ ୩୦ ତାରିଖରେ  ପ୍ରାୟ ୧୮୦ ଛାତ୍ରଛାତ୍ରୀ  ଏକ ଉତ୍ସବରେ ଭାଗ ନେଇଥିଲେ । ଭାଇରାଲ ଭିଡିଓରେ କଲେଜ କର୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା ।  ଏହି ଦିନ ସାମାଜିକ ଦୂରତା ନରଖି ଓ ମାସ୍କ ନ ପିନ୍ଧି ନୃତ୍ୟଗୀତ ଓ ଭୋଜିଭାତର ଆୟୋନ କରିଥିଲେ ।  ଉତ୍ସବ ଆୟୋଜନ ପାଇଁ ସିଡିଓମଓ ଓ ଏଡିଏମଓଙ୍କ ଅନୁମତି ନିଆଯାଇନଥିବା ଅଭିଯୋଗ ହୋଇଛି । ତେବେ ନର୍ସିଂ ସ୍କୁଲର ଇନଚାର୍ଜ କହିଛନ୍ତି କୋଭିଡ ଗାଇଡଲାଇନ ଅନୁସାରେ ଉତ୍ସବର ଆୟୋଜନ କରାଯାଇଛି ।

କରୋନା ମହାମାରୀ ଦିନକୁ ଦିନ ବଢି ଚାଲିଥିବା ବେଳେ ସତର୍କ ରହିବାକୁ ସରକାର ଅନେକ ଗାଇଡଲାଇନ୍ ଆଣିଛନ୍ତି । ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସରକାର ଲଗାତାର ପ୍ରୟାସ କରୁଛନ୍ତି । ମାସ୍କ ଲଗାଇବା ଏବଂ ସାମାଜିକ ଦୂରତା ରଖିବା ପାଇଁ ବାରମ୍ବାର କୁହାଯାଉଛି । କିନ୍ତୁ ଅମାନିଆଙ୍କୁ କୌଣସି ଫରକ ପଡୁନି । ଯେତେ ସଚେତନ କଲେ ଏମାନେ ସଚେତନ ହେବାର ନାଁ ନେଉନାହାନ୍ତି । ଯାହାର ଫଳାଫଳ ଆଗକୁ ଭୟବହ ନହେବ ତା କିଏ ବା କହିବ