କନକ ବ୍ୟୁରୋ : ବାଳସୁଧାର ଗୃହରେ ନାବାଳକଙ୍କ ଆତ୍ମହତ୍ୟା । କଳାହାଣ୍ଡି ସଦର ଥାନା ଜିଲ୍ଲା ବାଳସୁଧାର ଗୃହରେ ଘଟିଛି ଏହି ଘଟଣା । ମୃତ ନାବାଳକ ହେଲେ ନବରଙ୍ଗପୁର ଜିଲ୍ଲା କୁକୁଡ଼ା ବାଇ ଗାର । ଦୁଷ୍କର୍ମ ମାମଲାରେ ୧୬ ବର୍ଷର ନାବାଳକ ସୁଧାର ଗୃହରେ ରହୁଥିଲେ । ଗତ ୧୨ ତାରିଖରେ ତାଙ୍କୁ ଏହି ସୁଧାର ଗୃହକୁ ଅଣାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।