କଳାହାଣ୍ଡି ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ଗାଇଡଲାଇନ : ଭବାନୀପାଟଣା ସହରରେ ୨୩ରୁ ୩ ଦିନ ପାଇଁ ୧୪୪ ଧାରା; ଏକାଠି ହୋଇପାରିବେନି ୪ରୁ ଅଧିକ ଲୋକ

288

କନକ ବ୍ୟୁରୋ : କରୋନା କାଳରେ ସଂପନ୍ନ ହେବ କଳାହାଣ୍ଡି ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ପରମ୍ପରାକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଛତରଯାତ୍ରା ପାଇଁ ଜାରି କରିଛି ଗାଇଡଲାଇନ୍ । ଭବାନୀପାଟଣା ସହରରେ ୨୩ ତାରିଖରୁ ପ୍ରବେଶ ନେଇ କଟକଣା ଜାରି ହୋଇଛି । ୨୩ ତାରିଖରୁ ୩ ଦିନ ପାଇଁ ୧୪୪ ଧାରା ହୋଇଛି ।

କେବଳ ମେଡିକାଲ ଗ୍ରାଉଣ୍ଡରେ ଲୋକଙ୍କୁ ସହରକୁ ଆସିବାକୁ ଅନୁମତି ଦିଆଯିବ । କୌଣସି ସ୍ଥାନରେ ଏକାଠି ହୋଇପାରିବେନି ୪ରୁ ଅଧିକ  ଲୋକ । କରୋନା କଟକଣା ପାଳନ କରି ସଂପନ୍ନ କରାଯିବ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରାର ରୀତିନିତି ।  ପ୍ରତ୍ୟକ ବର୍ଷ ଏହି ଯାତ୍ରାରେ ହଜାର ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥାଏ । ଏଥର କରୋନା ସଂକ୍ରମଣକୁ ନଜରରେ ରଖି ଲୋକଙ୍କ ଭିଡ ଏଡାଇବାକୁ ଆଗୁଆ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ ।