କନକ ବ୍ୟୁରୋ : କରୋନା କାଳରେ ସଂପନ୍ନ ହେବ କଳାହାଣ୍ଡି ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ପରମ୍ପରାକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଛତରଯାତ୍ରା ପାଇଁ ଜାରି କରିଛି ଗାଇଡଲାଇନ୍ । ଭବାନୀପାଟଣା ସହରରେ ୨୩ ତାରିଖରୁ ପ୍ରବେଶ ନେଇ କଟକଣା ଜାରି ହୋଇଛି । ୨୩ ତାରିଖରୁ ୩ ଦିନ ପାଇଁ ୧୪୪ ଧାରା ହୋଇଛି ।
କେବଳ ମେଡିକାଲ ଗ୍ରାଉଣ୍ଡରେ ଲୋକଙ୍କୁ ସହରକୁ ଆସିବାକୁ ଅନୁମତି ଦିଆଯିବ । କୌଣସି ସ୍ଥାନରେ ଏକାଠି ହୋଇପାରିବେନି ୪ରୁ ଅଧିକ ଲୋକ । କରୋନା କଟକଣା ପାଳନ କରି ସଂପନ୍ନ କରାଯିବ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରାର ରୀତିନିତି । ପ୍ରତ୍ୟକ ବର୍ଷ ଏହି ଯାତ୍ରାରେ ହଜାର ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥାଏ । ଏଥର କରୋନା ସଂକ୍ରମଣକୁ ନଜରରେ ରଖି ଲୋକଙ୍କ ଭିଡ ଏଡାଇବାକୁ ଆଗୁଆ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/24-21.jpg)