କନକ ବ୍ୟୁରୋ : ଆଜି ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ଟାରୁ ହିଁ ଆରମ୍ଭ ହୋଇଗଲାଣି ମତଦାନ। ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିବେ । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଳାହାଣ୍ଡିରେ ଲୋକସଭା ଆସନରେ ଦେଖିବାକୁ ମିଳିବ ହେଭିୱେଟ ଲଢେଇ । ଚଳିତ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରୁ ଲୋକସଭା ଆସନରେ ବିଜେଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପିରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ କଂଗ୍ରେସରୁ ଭକ୍ତଦାସ ପ୍ରାର୍ଥୀ ହୋଇଛନ୍ତି । ତେବେ ଭୋଟରମାନେ ଆଜି ଏହି ଆଗଧାଡିର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତେବେ ଜାଣନ୍ତୁ ଏହି ଲୋକସଭା ଆସନ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ।
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୪ ଲକ୍ଷ ୭୪ହଜାର ୧୩୫
- ମତ ଦେଇଥିଲେ – ୧୧ ଲକ୍ଷ ୧୭ ହଜାର ୮୩୧
- ଭୋଟଦାନ ହାର – ୭୫.୮୩%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଅର୍କ କେଶରୀ ଦେଓ ବିଜେଡି ୩,୭୦୮୭୧ ୩୩.୧୯% ବିଜୟୀ
ପ୍ରଦୀପ କୁମାର ନାଏକ ବିଜେପି ୩,୧୪୫୨୪ ୨୮.୧୪% ପରାସ୍ତ
ଭକ୍ତ ଚରଣ ଦାସ କଂଗ୍ରେସ ୩,୦୭୯୬୭ ୨୭.୫୬% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଅର୍କ କେଶରୀ ଦେଓ
ଦଳ - ବିଜେଡି
ଭୋଟ - ୩,୭୦୮୭୧
ପ୍ରତିଶତ - ୩୩.୧୯%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ପ୍ରଦୀପ କୁମାର ନାଏକ
ଦଳ - ବିଜେପି
ଭୋଟ - ୩,୧୪୫୨୪
ପ୍ରତିଶତ - ୨୮.୧୪%
ଫଳାଫଳ - ପରାସ୍ତ