କଳାହାଣ୍ଡି କଲମପୁରରେ ଘାରୁଛି ହାତୀ ଭୟ: ୧୫ ଦିନ ହେଲାଣି ଗାଁରେ ଉତ୍ପାତ କରୁଛି ଗୋଠଛଡା ହାତୀ

Advertisment
କଳାହାଣ୍ଡି କଲମପୁରରେ ଘାରୁଛି ହାତୀ ଭୟ: ୧୫ ଦିନ ହେଲାଣି ଗାଁରେ ଉତ୍ପାତ କରୁଛି ଗୋଠଛଡା ହାତୀ

କନକ ବ୍ୟୁରୋ: କଳାହାଣ୍ଡି କଲମପୁର ବ୍ଲକରେ ତାଣ୍ଡବ ରଚୁଛି ବଣୁଆ ହାତୀ। ରାସ୍ତା ଉପରେ ରାତି ବିତାଇଲେ ୫ ପରିବାର। କଲମପୁ ବ୍ଲକ ଅଧିନସ୍ଥ ଘୋଡାବନ୍ଧା, କସାବାହୀ, ଗଞ୍ଜେଇଗୁଡା ଏବଂ ଘର୍ଲା ଅଞ୍ଚଳରେ ହାତୀର ଆତଙ୍କ ଖେଳାଉଛନ୍ତି । ଦୀର୍ଘ୧୫ଦିନ ହେବ ସଂଧ୍ୟା ନହେଉଣୁ ଏକ ଗୋଠ ଛଡା ହାତୀ ଆସି ବ୍ୟାପକ କ୍ଷୟକ୍ଷତି କରୁଥିବା ଅଭିଯୋଗ ହୋଇଛି । ପଡ଼ାର ଲୋକେ ହାତୀ ଭୟରେ ନିଜନିଜ ପିଲାଛୁଆଙ୍କୁ ନେଇ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପାରହୋଇ ରାସ୍ତା ଉପରେ ସାରାରାତି ବସି ରହିଥିଲେ।

ଭୀଷ୍ମ ମାଝୀଙ୍କ ଧାନଫସଲ ସମେତ ଘୋଡାବନ୍ଧା ଗ୍ରାମର କିଛି ଚାଷୀଙ୍କ ପନିପରିବାଚା ଚାଷ ନଷ୍ଟ କରିଛି ହାତୀ । ଭୋର ସମୟରେ ଜଙ୍ଗଲକୁ ଫେରିବା ବେଳେ ମଧୁସୂଦନ ବାଗ ନାମକ ବ୍ୟକ୍ତିଙ୍କ ବଗିଚାରେ ଥିବା ଏକ କୁଡିଆ ଘରକୁ ଭାଙ୍ଗି ଦେଇଛି । ୧୫ଦିନ ହେବ ରୀତିମତ ଗୋଠଛଡା ହାତୀର ରାଜୁତି ଚାଲିଛି । ହେଲେ ବନବିଭାଗ ନିରବ ଦ୍ରଷ୍ଟା ସାଜିଛି। କେବଳ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣର ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇ ଚୂପ ରହିଯାଉଛନ୍ତି। ଆଗାମୀ ଦିନରେ ଜନଜୀବନ ପ୍ରତି ବିପଦ ଦେଖା ଦେଲେ ଦାୟୀ ରହିବ କିଏ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe