ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲାର ଗୁଡହାଣ୍ଡି ଡୋକରିଚଂଚରା ! ଦର୍ଶକଙ୍କୁ ବାନ୍ଧି ରଖୁଛି ଏଠାରେ ଥିବା ଜଳପ୍ରପାତ, ଝରଣା, ପାହାଡ଼ ଓ ସୁଦୀର୍ଘ ଚଟାଣ

215

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଗୁଡହାଣ୍ଡି ଡୋକରିଚଂଚରାର ସ୍ୱତନ୍ତ୍ର ସ୍ଥାନ ରହିଛି । ଏଠାରେ ପାଳିତ ହେଉଥିବା ଗୁଡହାଣ୍ଡି ମହୋତ୍ସବ ସବୁଠାରୁ ଟିକେ ଭିନ୍ନ । ରାମନବମୀ ଠାରୁ ପୂର୍ଣ୍ଣିମା ଯାଏଁ କରାଯାଉଥିବା ମହୋତ୍ସବରେ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଦୁଃସାହସିକ ପର୍ବତାରୋହଣ ଜରିଆରେ ପର୍ଯ୍ୟଟକଙ୍କୁ ଆକର୍ଷଣ କରାଯାଉଛି ।

ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ଼ । କିଏ ଭଗବନାଙ୍କ ଦର୍ଶନରେ ବ୍ୟସ୍ତ । ଅନ୍ୟ କିଏ ପ୍ରକୃତିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛି । ଜଳପ୍ରପାତ, ଝରଣା, ପାହାଡ଼ ଏବଂ ସୁଦୀର୍ଘ ଚଟାଣ ଦର୍ଶକଙ୍କୁ ଏଠାରେ ବାନ୍ଧି ରଖୁଛି । କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରିଚଂଚରାରେ ଦେଖିବାକୁ ମିଳଛି ଏମିତି କିଛି ଦୃଶ୍ୟ । ରାମନବମୀ ଠାରୁ ଚୈତ୍ର ପୂର୍ଣୀମା ପର୍ଯ୍ୟନ୍ତ ଏଠାରେ ଶ୍ରୀରାମଙ୍କ ପୂଜାର୍ଚ୍ଚନା ସହିତ ଗୁଡହାଣ୍ଡି ମହୋତ୍ସବ ପାଳନ କରାଯାଏ ।

ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ଗୁଡହାଣ୍ଡି ଡୋକରୀଚଂଚରା ଉନ୍ନୟନ ସମିତି ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ଅନ୍ତର୍ଜାତିୟ ପର୍ବତ ଆରୋହୀ ଯୋଗବ୍ୟାସ ଭୋଈଙ୍କ ଦ୍ୱାରା ୩ ଦିନିଆ ଦୁଃସାହସିକ ପର୍ବତା ରୋହଣ ତାଲିମ କାର୍ଯ୍ୟକ୍ରମ କରାଯାଇଛି । ୬ ଜଣିଆ ଟିମ ଏହି ପର୍ବତମାଳାକୁ ଚଢି ଦର୍ଶକଙ୍କ ମୂଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।