ଚର୍ଚ୍ଚାରେ କଳାହାଣ୍ଡି କେସିଙ୍ଗାର ନିର୍ବାହୀ ଅଧିକାରୀ : ଟୀକା ନେବା ପାଇଁ ବୟସ୍କ ଲୋକଙ୍କ ବୁଝାଉଛନ୍ତି, ଗାଡିରେ ବସାଇ ଟୀକା ନେବାକୁ ଆଣୁଛନ୍ତି

122

କନକ ବ୍ୟୁରୋ : କରୋନା ଟିକାକରଣ ପାଇଁ ବୃଦ୍ଧ ବୃଦ୍ଧାଙ୍କୁ ବୁଝାଉଛନ୍ତି । ଆଉ କାର୍ଯ୍ୟାଳୟର ବଲେରୋ ଗାଡିରେ ବୃଦ୍ଧ, ବୃଦ୍ଧାଙ୍କୁ ଟିକାକରଣ କେନ୍ଦ୍ରକୁ ଆଣି ଟିକା ଦେଉଛନ୍ତି । କଳାହାଣ୍ଡି ଜିଲ୍ଲା କେସିଙ୍ଗାର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ବ୍ଲକର ବୟସ୍କ ଲୋକଙ୍କୁ ଆଣି ଟିକା ନେବାରେ ପ୍ରୋତ୍ସାହିତ କରି ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି । କରୋନା ଚେନ ଭାଙ୍ଗିବା ପାଇଁ ଟିକାକରଣ କରିବାକୁ ସରକାର ତତ୍ପରତା ଦେଖାଇଛନ୍ତି । ହେଲେ ସଚେତନତା ଅଭାବରୁ ବହୁ ଲୋକ କରୋନା ଟିକା ନେଉ ନାହାନ୍ତି । ଏପରି ସମୟରେ ଜଣେ ସରକାରୀ ଅଧିକାରୀଙ୍କ ଏପରି ଉଦ୍ୟମକୁ ଅଂଚଳରେ ପ୍ରଶଂସା କରାଯାଇଛି ।