କନକ ବ୍ୟୁରୋ : କଖାରୁ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ । କଖାରୁ ବୋଝେଇ ଟ୍ରକ ଉପରେ ଚଢାଉ କରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ପୁଲିସ ୨୮୧ ପକେଟ ଗଞ୍ଜେଇ ଜବତ କରିଛି, ଯାହାର ପରିମାଣ ୫ କ୍ୱିଂଟାଲ ହେବ । ଏହି ଘଟଣାରେ ପୁଲିସ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଚଲାଇଛି ।
ସୂଚନା ଅନୁସାରେ ରାୟଗଡା ପଦ୍ମପୁର ଠାରୁ ୟୁପିର ଗାଜିଆବାଦକୁ ଯାଉଥିଲା । କଖାରୁ ତଳେ ଗଞ୍ଜେଇ ଲୁଚାଯାଇ ଚାଲାଣ କରାଯାଉଥିବା ଖବର ପାଇ ଚଢାଉ କରିଥିଲା କେସିଙ୍ଗା ଥାନା ପୁଲିସ । ଘଟଣାସ୍ଥଳରେ ଆଇଆଇସି ସତ୍ୟ କୁମାର ନନ୍ଦ, ଇନ୍ସପେକ୍ଟର ଦୀପାଞ୍ଜଳି ପ୍ରଧାନ ଓ ମାଜି ଷ୍ଟ୍ରେଟ୍ ଭାବେ ସ୍ଥାନୀୟ ତହସିଲଦାର ଉପସ୍ଥିତ ରହି ଗଂଜେଇ ଜବତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/vlcsnap-2021-09-06-08h05m24s934.png)