କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ମନୋରମ ପରିବେଶ ଭିତରେ ଜଳପ୍ରପାତରର ମଜା ନେଉଛନ୍ତି ବୁଲି ଆସୁଥିବା ଲୋକ । ଅନ୍ୟ ସ୍ଥାନ ଭଳି କଳାହାଣ୍ଡି ଜିଲ୍ଲାର ଗୁଡହାଣ୍ଡି ଡୋକରି ଚଂଚରା ହେଉଛି ଅନ୍ୟତମ । ପାହାଡ ଜଙ୍ଗଲ ଘେରା ଏହି ଅଂଚଳରେ ପାହାଡି ଝରଣା ବେଶ ମନମୋହୁଛି । ପାହାଡି ଝରଣାର କୁଳୁ କୁଳୁ ନାଦରେ ମୁଖରିତ ହେଉଛି ପରିବେଶ    । ଆଉ ଏହି ଝରଣା ଏହି ପର୍ଯ୍ୟଟନ ସ୍ଥଳୀର ମୁଖ୍ୟ ଆକର୍ଷଣ ପାଲଟିଛି । କଳହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଅବସ୍ଥିତି ଡୋକରି ଚଂଚରା । ପର୍ଯ୍ୟଟନ ସ୍ଥଳୀର ସୌନ୍ଦଯ୍ୟରେ ବିଭୋର ପର୍ଯ୍ୟଟକ ଦୂରଦୂରାନ୍ତରୁ ଦଉଡି ଆସୁଛନ୍ତି । ପ୍ରକୃତିର ମଜା ନେବା ସହିତ ପାହାଡ ଉପରୁ ୨ ଶହ ଫୁଟରୁ ବହିଯାଉଥିବା ଜଳପ୍ରପାତର ବେଶ ମଜା ନେଉଛନ୍ତି ।

Advertisment

ମନୋରମ ପରିବେଶ ମଧ୍ୟରେ ରହିଛି ପ୍ରଭୁ ଶ୍ରୀରାମଙ୍କ ମନ୍ଦିର । ପ୍ରତିଦିନ ଛୁଟିଆସୁଥିବା ପର୍ଯ୍ୟଟକ ମାନେ ଏଠାରେ ବଣଭୋଜି କରୁଥିବା ବେଳେ ପ୍ରଭୁଙ୍କ ଦର୍ଶନ କରିବାକୁ ଭୁଲନ୍ତି ନାହିଁ । ପ୍ରଥମେ ପ୍ରଭୁ ରାମଚନ୍ଦ୍ର ଓ ମାଆ ସୀତାଙ୍କୁ ପୁଜା କରି ଆଶୀର୍ବାଦ ନେଇଥାନ୍ତି ।

ପିକ୍ନିକ୍ ଋତୁରେ ଗୁଡହାଣ୍ଡିର ଡୋକରିଚାଂଚରା ଭଳି ମନୋରମ ପରିବେଶ ଭିତରେ କିଛି ସମୟ ବିତାଇବାକୁ ଛୁଟିଆସୁଛନ୍ତି ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ।