କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଏବେ ମଣ୍ଡି ସ୍ଥିତି ଗମ୍ଭୀର । ମଣ୍ଡିରୁ ଉଠୁନି ଧାନ, ଶୀତ କାକରରେ ଧାନକୁ ଜଗି ପଡି ରହିଛି ଚାଷୀ । ହଜାର ହଜାର କୁଇଂଟାଲ ଧାନ ଏବେ ମଣ୍ଡିରେ ପଡିରହିଥିବାରୁ ଚାଷୀ ପଡିଛନ୍ତି ଚିନ୍ତାରେ । କଳାହାଣ୍ଡି ଜିଲ୍ଲାର ବୋଡେନ ବ୍ଲକରେ ଦେଖିବାକୁ ମିଳିଛି ଏପରି ଚିତ୍ର ।
ଯୁଆଡେ ନଜର ବୁଲାଇବେ ଥାକ ମାରି ଥୁଆଯାଇଛି ଶହ ଶହ ବସ୍ତା ଧାନ । ଆଉ ଧାନ ବସ୍ତା ଉପରେ ଘୋଡେଇ ଦିଆଯାଇଛି ଜରି ପାଲ । ଶୀତ କାକରରେ ଏହି ଧାନ ବସ୍ତା ଗୁଡିକୁ ଜଗି ରହିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ବର୍ତମାନ ଏପରି କିଛି ଚିତ୍ର ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକରୁ । ମଣ୍ଡିରେ ଅଚଳାବସ୍ଥା କାରଣରୁ ଧାନ ବିକ୍ରି କରିପାରୁନି ଚାଷା ପୁଅ । ଆଉ ବାଧ୍ୟ ହୋଇ ବର୍ଷକର ଫସଲକୁ ହାଡଭଙ୍ଗା ଶୀତରେ ଜଗି ରହିବାକୁ ବାଧ୍ୟ ହେଉଛି ।
ଧର୍ମଗଡ ବ୍ଲକ ନନ୍ଦ ଗାଁ ସମବାୟ ସମିତି ଅଧିନରେ ଅଛି ନନ୍ଦ ଗାଁ, ବୋଡେନ, ବଡ ଫୁର୍ଲା ଭଳି ତିନୋଟି ମଣ୍ଡି । ଏହି ମଣ୍ଡିରେ ଧାନ ବିକ୍ରି କରିବାକୁ ଅପେକ୍ଷାରେ ଅଛନ୍ତି ପ୍ରାୟ ୧୫ ଖଣ୍ଡ ଗାଁ ଲୋକ । ୩୯ ହଜାର କୁଇଂଟାଲ ଟାର୍ଗେଟ ଦିଆଯାଇଛି । ଟାର୍ଗେଟ୍ ପୂରଣ ହୋଇଯାଇଥିବା କହି ମିଲର ଆଉ ଧାନ ଉଠାଉନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାରି ଭିତରେ ଶୀତ କାକରରେ ରାତିରେ ମଣ୍ଡିରେ ନିଆଁ ଜାଳ କରି ଧାନ ଜଗିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଚଳିତ ବର୍ଷ କରୋନା ସହିତ ଲଢେଇ କରି ଚାଷୀ ଯେଉଁ ଧାନ ଅମଳ କରିଛି, ତାକୁ ମଣ୍ଡିରେ ବିକ୍ରି କରିନପାରିବା ଚାଷୀ ପାଇଁ ସୃଷ୍ଟି କରିଛି ନୂଆ ସମସ୍ୟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/21-34.jpg)
/kanak/media/post_attachments/wp-content/uploads/2020/12/Screen-Shot-2020-12-29-at-7.52.27-AM.png)
/kanak/media/post_attachments/wp-content/uploads/2020/12/Screen-Shot-2020-12-29-at-7.52.50-AM.png)