କନକ ବ୍ୟୁରୋ : ମଣ୍ଡିରେ ଧାନ ବସ୍ତା ରଖି ବିକ୍ରି ଅପେକ୍ଷାର ଅଛନ୍ତି ଚାଷୀ । ପାଖରେ ଟୋକନ ବି ଅଛି । ଟୋକନ ଅବଧି ସରିବାକୁ ବସିଲାଣି ହେଲେ ମଣ୍ଡିକୁ ଆସୁନାହାନ୍ତି ମିଲର୍ସ କି ମଣ୍ଡି କର୍ତୃପକ୍ଷ । ଚାଷୀ ଧାନ ବିକିବେ କାହାକୁ, କିଏ କିଣିବ ତାଙ୍କ ଧାନ, ତାକୁ ନେଇ ଆଶା ଆଶଙ୍କା ଦେଖାଦେଇଛି ।
ଏହାରି ଭିତରେ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ମୌସୁମି ଛୁଇଁ ସାରିଛି । ବର୍ଷା ଆରମ୍ଭ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡରେ ବି ବର୍ଷା ହୋଇଛି । ନକଟିଗୁଡା ମଣ୍ଡିରେ ଥିବା ଧାନ ବସ୍ତା ସବୁ ଓଦା ହୋଇଯାଇଛି । ତଥାପି ଚାଷୀ ରାସ୍ତାକଡରେ ଧାନକୁ ପଲିଥିନ ଘୋଡେଇ ରଖିଛନ୍ତି । ଜାତୀୟ ରାଜପଥକୁ ଲାଗି ରହିଥିବା ଏହି ମଣ୍ଡିକୁ ମିଲର୍ସ ଆସିବେ ଆଉ ଧାନ କିଣିବେ । ହେଲେ ଏଠାକୁ ମିଲର୍ସ କି ସରକାରୀ ଅଧିକାରୀ ଆସୁନଥିବା ବେଳେ ମିଲର୍ସଙ୍କ ଏଜେଂଟ କମ୍ ଦରରେ ବାହାରୁ ଧାନ କିଣି ଆଣି ଟାର୍ଗେଟ ପୂରଣ କରୁଥିବା ନକଟିଗୁଡା ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/5-15.jpg)