କନକ ବ୍ୟୁରୋ: କଳାହାଣ୍ଡି ଚାରବାହାଲ ମଣ୍ଡିରୁ ଉଠୁନି ଧାନ, ବସ୍ତାରେ ହେଲାଣି ଗଜା । ଏହାର ପ୍ରତିବାଦ କରି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଚାରବାହାଲ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ । ବର୍ଷାରେ ଭିଜି ଗଜା ହୋଇ ଗଛ ହୋଇଯାଇଥିବା ଧାନକୁ ହାତରେ ଧରି ରାସ୍ତାରୋକ କରିଛନ୍ତି ଚାଷୀ । ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ପାଇଁ ଦାବି କରିଛନ୍ତି ।
ଧାନ ମଣ୍ଡିରେ ଟାର୍ଗେଟ ନଥିବାରୁ ଜିଲ୍ଲା ଯୋଗାଣ ବିଭାଗ ଧାନ କିଣିବା ବନ୍ଦ୍ କରିଦେଇଛି । ଫଳରେ ବିକ୍ରି ପାଇଁ ମଣ୍ଡିକୁ ଚାଷୀ ଆଣିଥିବା ହଜାର ହଜାର କୁଇଣ୍ଟାଲ ଧାନ ବର୍ଷାରେ ଭିଜି ଗଜା ହେବା ସହ ଗଛ ହୋଇଗଲାଣି । ତେବେ ଏସବୁ ଭିତରେ ନୀରବ ଦ୍ରଷ୍ଟା ସାଜିଛି ପ୍ରଶାସନ । ତେଣୁ ଉପାୟ ନପାଇ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଦାବିରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/CHASI-2.jpg)
/kanak/media/post_attachments/wp-content/uploads/2019/07/vlcsnap-2019-07-10-10h41m19s474-300x165.png)