କନକ ବ୍ୟୁରୋ : ଲକଡାଉନ୍ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି କଳାହାଣ୍ଡି କୋକସରାର ପନିପରିବା ଓ ତରଭୁଜ ଚାଷୀ । ପ୍ରଥମେ ବର୍ଷା ଏବଂ ଏବେ ଲକଡାଉନ ଯୋଗୁଁ ବିକ୍ରି ହୋଇପାରୁନି ତରଭୁଜ । ଫଳରେ ବାଡିରେ ପଡି ରହି ନଷ୍ଟ ହେଉଛି । ଧାରକରଜ କରି ଚାଷ କରିଥିବା ଚାଷୀ କିଭଳି ଋଣ ସୁଝିବ ସେହି ଚିନ୍ତାରେ ପଡିଛି । ଜଣେ ଚାଷୀ ୫ ଏକର ଜମିରେ ତରଭୂଜ ଚାଷ କରିଥିଲେ ।

Advertisment

ଆଶା ରଖିଥିଲେ ଏହି ଖରା ଦିନରେ ଲକ୍ଷାଧିକ ଟଙ୍କା ଲାଭ ହେବ । ହେଲେ ଲକଡାଉନ୍ ତାଙ୍କଠାରୁ ସବୁଆଶା ଛଡାଇନେଇଛି । ବଜାର ବନ୍ଦ ରହୁଥିବାରୁ ତରଭୁଜ ବିକ୍ରି ହୋଇପାରୁନାହିଁ । ବାହାର ରାଜ୍ୟର ବ୍ୟବସାୟୀ କିଣିବାକୁ ଆସୁନାହାଁନ୍ତି । ଏହାରି ଭିତରେ ଖତ ଖାଉଛି ମିଠା ତରଭୁଜ ।