ପଦାରେ ପଡ଼ିଲା ଅସାଧୁ ବ୍ୟବସାୟୀଙ୍କ ଗୁମର । କଳାହାଣ୍ଡି ଧର୍ମଗଡ଼ ଅଂଚଳରୁ ୪ଶହ ୬୦ କ୍ୱିଂଟାଲ ଧାନ ଜବତ ଗଲା ପ୍ରଶାସନ, ୪ ଅଟକ

215

କନକ ବ୍ୟୁରୋ : ମଣ୍ଡିରେ ଧାନ ବିକିବାକୁ ଚାଷୀ ସଂଘର୍ଷ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଂଚଳରୁ ଆସିଛି ଦଲାଲ୍ ଦୌରାତ୍ୱ୍ୟର ଏକ ସାଂଘାତିକ୍ ଖବର । ମଣ୍ଡିରେ ବିଭିନ୍ନ ସମସ୍ୟା ଯୋଗୁଁ ଧାନ ଉଠି ପାରୁନଥିବା ବେଳେ ଗରିବ ଚାଷୀଙ୍କଠାରୁ କମ୍ ଦାମରେ ଧାନ କିଣି ନେଇ, ପୁଣି ଚଢ଼ା ଦରରେ ମଣ୍ଡିରେ ଧାନ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି ଏହି ଦଲାଲମାନେ । କଳାହାଣ୍ଡି ଧର୍ମଗଡ଼ ଉପକଣ୍ଠର ୪ଟି ସ୍ଥାନରେ ଚଢ଼ାଉକରି ୪୬୦ କ୍ୱିଂଟାଲ ଧାନ ଜବତ କରିଛି ଜିଲ୍ଲା ପ୍ରଶାସନ । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୯ ଲକ୍ଷ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ସହ ଦେବୁ ଜୈନ, ଅମିତ ଅଗ୍ରୱାଲ, ଅନୀଲ ଅଗ୍ରୱାଲ ଏବଂ ସୋନୁ ଅଗ୍ରୱାଲ ନାମକ ୪ ଜଣ ଅସାଧୁ ବ୍ୟବସାୟୀଙ୍କୁ ଅଟକ ରଖିଛି ଜିଲ୍ଲା ପ୍ରଶାସନ । ଏମାନେ ଗଚ୍ଛିତ ରଖିବା ଧାନ, ଚାଷୀଙ୍କଠାରୁ ଅସାଧୁ ଉପାୟରେ କିଣାଯାଇବା ପ୍ରମାଣ ମିଳିଲେ, ଏମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବେ ବୋଲି କହିଛନ୍ତି ଉପ-ଜିଲ୍ଲାପାଳ । ଶନିବାର ଅଚାନକ୍ ଚଢ଼ାଉ କରିଥିଲା ଜିଲ୍ଲା ପ୍ରଶାସନ, ଯେଉଁଥିରେ ସାଢ଼େ ୪ଶହରୁ ଅଧିକ କ୍ୱଂଟାଲ ଧାନ ଜବତ ହୋଇଛି ।